pakka

ମୁରିବାହଲ ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମାସର ଚତୁର୍ଥ ସୋମବାର ଦିନ ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମଜନ ଶୁଣାଣି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର, ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମୁରିବାହାଲ ବିଡିଓ, ତହସିଲଦାର ତଥା ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଯୁଗ୍ମଜନ ଅଭିଯୋଗ ଶୁଣାଣିରେ ଅଂଚଳର ବିଭିନ୍ନ ସମସ୍ୟା ମୂଳକ ମୋଟ ୧୩୩ ଗୋଟି ଦରଖାସ୍ତ ଦାଖଳ ହୋଇଥିଲା । ତନ୍ମମଧ୍ୟରୁ ୧୧୧ଗୋଟି ବ୍ୟକ୍ତିଗତ ଅଭିଯୋଗ ମୂଳକ ଦରଖାସ୍ତ ହୋଇଥିବା ବେଳେ ଅବଶିଷ୍ଟ ୨୨ ଗୋଟି ଗ୍ରାମ୍ୟ ସମସ୍ୟା ମୂଳକ ସାମୂହିକ ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଜନସାଧାରଣଙ୍କ ଏହି ଅଭିଯୋଗ ଓ ସମସ୍ୟାଗୁଡିକର ଶୁଣାଣି କରିଥିଲେ । ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ମଧୁବାବୁ ପେନ୍‌ସନ୍‌ ଯୋଜନା ଜରିଆରେ ୪ଜଣ ହିତାଧିକାରୀଙ୍କୁ ଭିନ୍ନକ୍ଷମ ଭତ୍ତା, ଦୁଇଜଣ ହିତାଧିକାରୀଙ୍କୁ ବିଧବା ଭତ୍ତା ଏବଂ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଜିଲ୍ଲାପାଳ ପ୍ରଦାନ କରିଥିଲେ । ସେହିପରି ଜଣେ ଭିନ୍ନକ୍ଷମ ଓ ଜଣେ ବିଧବାଙ୍କୁ ଭତ୍ତା ଜନ ଶୁଣାଣି କାର୍ଯ୍ୟକ୍ରମରେ ହିଁ ଜିଲ୍ଲାପାଳ ମଂଜୁର କରିବା ସହ ଭତ୍ତା କାର୍ଡ ପ୍ରଦାନ କରିଥିଲେ । ସେହିପରି ମାଲପଡା ଗ୍ରାମର ପ୍ରସନ୍ନ ପୁଟେଲ, ପାତାଲପଡାର ପ୍ରବେଶ ରଣା ଓ ଜାମୁଟ ଗ୍ରାମର ତେଜୁ ବେଶ୍ରାଙ୍କୁ ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ହ୍ୱିଲ ଚେୟାର ପ୍ରଦାନ କରିଥିଲେ । ଏଆର୍‌ସି ସୁନ୍ଦରଗଡରେ ସ୍ମାର୍ଟ କୃତିମ ଅଙ୍ଗ ଲଗାଇବା ସକାଶେ ମୁରିବାହାଲ ବ୍ଲକର ଗରୁଡଧ୍ୱଜଙ୍କ ନାମ ସୁପାରିଶ କରାଯାଇଥିଲା । ସେହିପରି ଚିକିତ୍ସା ସହାୟତା ବାବଦରେ ରେଡକ୍ରସ ପାଣ୍ଠିରୁ ପତାମରା- ହଲଦିର ଚନ୍ଦନଙ୍କୁ ପାଂଚ ହଜାର, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବଙ୍ଗୋମୁଣ୍ଡା ମୁଣ୍ଡାପୁଦର ଗ୍ରାମର ପଂଚମୀ ନାଗଙ୍କୁ ୧୦ ହଜାର ଟଙ୍କାର ସହାୟତା ରାଶି ଚେକ୍‌ ମାଧ୍ୟମରେ ଜିଲ୍ଲାପାଳ ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

20 − 18 =

error: Content is protected !!