pakka

ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ସମନ୍ୱୟ ବୈଠକ

bbehera

ଫୁଲବାଣୀ : ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ନବ ନିର୍ବାଚିତ କାର୍ଯ୍ୟକାରିଣୀ ସଦସ୍ୟ ଓ ସଦସ୍ୟାଙ୍କ ପ୍ରଥମ ବୈଠକ ରାମ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକାରିଣୀ ବୈଠକରେ ଆଗାମି ତିନି ବର୍ଷ ପାଇଁ ମହାସଂଘର ଯୋଜନା ପ୍ରସ୍ତୁତ ହୋଇଥିବାବେଳେ କିପରି ସାମାଜିକ ଅନୁଷ୍ଠାନ ମଧ୍ୟରେ ସମନ୍ୱୟ ରଖି କନ୍ଧମାଳ ଜିଲ୍ଲାର ବିକାଶ ହୋଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ମହାସଂଘର ଉପାଧ୍ୟକ୍ଷା ସାବିତ୍ରୀ ଦେବୀ, କୋଷାଧ୍ୟକ୍ଷ ପଞ୍ଚାନନ ମିଶ୍ରଙ୍କ ସମେତ କାର୍ଯ୍ୟକାରି ସଦସ୍ୟ ଓ ସଦସ୍ୟା ଅଶୋକ ପ୍ରଧାନ, ଚନ୍ଦ୍ରକାନ୍ତ ନାୟକ, ବରଦା ପ୍ରସନ ନାୟକ ବୈଠକରେ ନିଜସ୍ୱ ଅଞ୍ଚଳର ବିକାଶ ଦିଗରେ ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ସଦସ୍ୟ ଅନୁଷ୍ଠାନ କିପରି ମାର୍ଗଦର୍ଶନ କରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଆସନ୍ତା ଜୁଲାଇ ମାସରେ ହେବାକୁ ଥିବା ସାଧାରଣ ସଭାରେ ଏକ ପୂର୍ଣ୍ଣାଙ୍ଗ ସାଙ୍ଗଠନିକ ବ୍ୟବସ୍ଥା କରିବା ପାଇଁ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ । ଆବାହକ ଇଂ.ହରିଶଙ୍କର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୈଳାସ ଦଣ୍ଡପାଟ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ କୈଳାଶ ଦଣ୍ଡପାଟ ଓ କେଶମତି ପ୍ରଧାନଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା ନୂତନ ଜିଲ୍ଲାପାଳଙ୍କୁ ସୌଜନ ମୂଳକ ସାକ୍ଷାତ କରିଥିଲେ ।

jay balangir
Leave A Reply

Your email address will not be published.

three × three =

error: Content is protected !!