pakka

ଉର୍ଲାଦାନୀ ଗ୍ରାମ ପଂଚାୟତର ନାଗଝରୀ ଗ୍ରାମରେ ଜନ ଶୁଣାଣି କାର୍ଯ୍ୟକ୍ରମ

bbehera

ମ.ରାମପୁର,(ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଉର୍ଲାଦାନୀ ଗ୍ରାମ ପଂଚାୟତ ଅନ୍ତର୍ଗତ ୭ ନମ୍ବର ୱାର୍ଡ ନାଗଝରୀ ଗ୍ରାମ ଠାରେ ସ୍ଥାନୀୟ ସରପଞ୍ଚ ସୁପ୍ରିୟା ମାଝୀଙ୍କ ଦ୍ୱାରା ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଦିବାସୀ ନେତା ଧନସିଂ ମାଝୀ, ସେବାଜଗତ କର୍ମୀ ଯୁଗୀ ରାମ ମାଝୀ, ହରଲଙ୍ଗା ଗାଁ ସାଥୀ ତ୍ରିଲୋକ୍ୟ ଧଂଗଡା ମାଝୀ ତଥା ବିଭିନ୍ନ ୱାର୍ଡର ୱାର୍ଡ ମେମ୍ବରମାନେ ଯୋଗଦାନ କରିଥିଲେ । ନାଗଝରୀ ୱାର୍ଡ ମେମ୍ବର ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଖଲିଆମୁଣ୍ଡା ଗାଁ ସାଥୀ ଜୋସେଫ ମାଝୀ କାର୍ଯ୍ୟକ୍ରମର ଲକ୍ଷ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ । ଗାଁର ସବୁ ପ୍ରକାର ସମସ୍ୟା ଓ ଉନ୍ନତି ମୂଳକ କାର୍ଯ୍ୟ ଉପରେ ସରପଞ୍ଚ ଓ ଗ୍ରାମ ବାସୀଙ୍କ ମଧ୍ୟ୍ୟରେ ଆଲୋଚନା ହୋଇଥିଲା । ନାଗଝରୀ ଗାଁର ଗାଁ ସାଥୀ ଦିଲ୍ଲୀପ ଲାଲ ପାତ୍ର କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

jay balangir
Leave A Reply

Your email address will not be published.

9 + 4 =

error: Content is protected !!