oom

ମହାସମାରୋହରେ ଆରମ୍ଭ ହୋଇଛି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ନୁନପୁର ଗ୍ରାମ ଠାରେ ମହାସମାରୋହରେ ଆରମ୍ଭ ହୋଇଛି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଗତ ମଙ୍ଗଳବାର ଦିନ ଅଙ୍କୁର ରୋପଣ, ବୁଧବାର କଳସ ଯାତ୍ରା, ମଣ୍ଡଳ ଅଧିବାସ ସହ ଗୁରୁବାର ପ୍ରତିଷ୍ଠା କର୍ମ ଶୁଭାରମ୍ଭ ହେଇଛି । ଏଥିସହ ଶୁକ୍ରବାର ଏଵଂ ଶନିବାର ଦୁଇ ଦିନ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ । ପୂଜା କାର୍ଯ୍ୟକ୍ରମରେ ମୁଖ୍ୟ ପଣ୍ଡିତ ରାଜୀବ ପଣ୍ଡା, ସହଯୋଗୀ ପଣ୍ଡିତ ରମେଶ ଚନ୍ଦ୍ର ପାଣିଗ୍ରାହୀ, ଦେବାଶିଷ ପୁରୋହିତ, ସୁବଳ ଷଡ଼ଙ୍ଗୀ, ଅନିରୁଦ୍ଧ ପାଢ଼ୀ, ଉଦ୍ଧବ ପଣ୍ଡା, ମୁଖ୍ୟ କର୍ତ୍ତା ଜଗନ୍ନାଥ ରଣା ଓ ତାଙ୍କ ପତ୍ନୀ ଆଶା ଲତା ରଣା, ସୁବାସ ଚନ୍ଦ୍ର ରଣା, କ୍ଷୀର ସିନ୍ଧୁ ରଣା, ରମେଶ ଚନ୍ଦ୍ର ରଣା, ମନୋଜ ରଣା, ଡୋଲାମଣି ରଣା, ମିତ୍ରଭାନୁ ରଣା ପ୍ରମୁଖ ସପତ୍ନୀକ ପୂଜା କର୍ତ୍ତା କାର୍ଯ୍ୟ ସମ୍ପାଦନ କରୁଛନ୍ତି । ନାମଯଜ୍ଞରେ ପୂଜକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ କର୍ତ୍ତା ଉତ୍କଳ ରଣା ଦାୟିତ୍ଵରେ ରହିଛନ୍ତି । ଏକ ଧାର୍ମିକ ପରିବେଶରେ ନୁନପୁର ଗାଁରେ ଏହି ପୂଜା କାର୍ଯ୍ୟକ୍ରମ ଚାଲିଥିବା ବେଳେ କମିଟି ସଭାପତି ମନୋଜ ରଣା, ସଂପାଦକ ହିମାନ, ଉପଦେଷ୍ଟା ଚନ୍ଦ୍ର ମଣି ରଣା, ଅକ୍ଷୟ ରଣା, ରାଜୁ ମାଝୀ, ଜଗ ମୋହନ ରଣା, ସୁବାସ ରଣା ପ୍ରମୁଖଙ୍କ ସମେତ ପରିଚାଳନା ମୁଖ୍ୟ ଭାବରେ ହଳଧର ରଣା, ଗୋଲକ ରଣା, ଅଭିମନ୍ୟୁ ରଣା ସମସ୍ତ ଦାୟିତ୍ଵ ସମ୍ପାଦନ କରୁଛନ୍ତି ।

jittmm
Leave A Reply

Your email address will not be published.