ଦୁଇ ଗୋଡ଼ ଅଚଳ, ଦୃଢ଼ ମନୋବଳ, ଅଧ କିମି ରାସ୍ତା ଘୋଷାରି ଘୋଷାରି ଯାଏ ଦିବ୍ୟାଙ୍ଗ ଛଟୁ : ହୁଇଲ ଚେୟାର ଯୋଗାଇ ଦେବାକୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : କୁହନ୍ତି ନାଁ ଇଚ୍ଛା ଥିଲେ ସବୁ ସମ୍ଭବ । ଆଉ ପାଠ ପଢ଼ିବାକୁ କାହାରବା ଇଚ୍ଛା ନ ଥାଏ । ସମସ୍ତେ ଚାହାଁନ୍ତି ପାଠପଢି ବଡ଼ ମଣିଷ ହେବେ ହେଲେ ନିୟତିର ନିୟମ ଅଲଗା ମାନବ ଜନ୍ମ ଦେଇ କାହାକୁ ସବଳ ତ କାହାକୁ ଛୋଟା, ଅନ୍ଧ ଭାବେ ମର୍ତ୍ତ୍ୟକୁ ପଠାଇଥାନ୍ତି ଭଗବାନ । ଏପରି ଏକ ଦିବ୍ୟାଙ୍ଗ ଛାତ୍ର ଦୁଇ ଗୋଡ଼ ଅଚଳ ହୋଇଯାଇଛି ହେଲେ ଦୃଢ଼ ଇଚ୍ଛାଶକ୍ତିକୁ ମଜୁବୁତ କରି ଅଧ କିମି ରାସ୍ତା ଘୋଷାରି ଘୋଷାରି ଯାଉଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ପାଟଣାଗଡର କେନ୍ଦୁମୁଣ୍ଡି ପଂଚାୟତର ତୁଳସୀ ଡୁଙ୍ଗୁରି ଗାଁର ଛୁଟା ନାଗ (୬) ପିତା ଟିକେଚନ ନାଗ କାମରେ ଦିନ ମଜୁରୀ । ଛଟୁ ଜନ୍ମରୁ ବିକଳାଙ୍ଗ ଦୁଇ ଗୋଡ଼ ଅଚଳ ହୋଇଯାଇଛି । ଛଟୁର ଦୃଢ଼ ମନୋବଳରେ ସବୁ ହାର ମାନିଛି । ଘୋଷାରି ଘୋଷାରିଯାନ୍ତି ଅଧ କିମି ଦୂରରେ ଅବସ୍ଥିତ ଗାଁ ସରକାରୀ ବିଦ୍ୟାଳୟକୁ । ସେ ସରକାରୀ ଯୋଜନାରେ କେବଳ ବିକଳାଙ୍ଗ ଭତା ପାଉଥିବା ବେଳେ ସ୍କୁଲ ଯିବା ଆସିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ସ୍କୁଲ ଅଧ କିଲୋମିଟର ହେବ ତା’ପାଇଁ ସବୁ ସମୟରେ ଗୋଟିଏ ଲୋକ ଦରକାର ବର୍ଷା ମାସରେ କାଦୁଅ ରାସ୍ତା ଯିବା ଆସିବା ବହୁତ କଷ୍ଟରେ କରିଥାନ୍ତି ଛଟୁ । ତାଙ୍କ ବାପା ଜଣେ ଦିନ ମଜୁରୀଆ ଭାବେ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଏକ ହୁଇଲ ଚେୟାର ଯୋଗାଇ ଦେଲେ ଛଟୁଙ୍କ ସ୍କୁଲ ଯିବାରେ ବହୁ ସହାୟକ ହୋଇପାରିବ ବୋଲି ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.

4 × 3 =