csstore

ଜୟତରୁଣ ଯୁବକ ସଂଘର ପ୍ରଶଂସନୀୟ ସଫେଇ ଓ କରୋନା ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ଼ (ଗୋରେଖନାଥ ବରିହା) : ବର୍ତ୍ତମାନ ସାରା ବିଶ୍ବରେ କରୋନା ମହାମାରୀ ବିପତ୍ତି ମୁକାବିଲା ସମୟରେ କିପରି ସତର୍କତା ଅବଲମ୍ବନ କରିବା ସହ ପରିବେଶ ପ୍ରଦୂଷଣରୁ ରକ୍ଷା ପାଇବା, ଗାଁ ପରିବେଶକୁ ସଫାସୁତୁରା ରଖିବା, ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ବ୍ୟବହାର କରିବା ସାବୁନରେ ହାତ ଧୋଇବା ଆଦି ଗାଁ ଲୋକଙ୍କୁ ସଚେତନ କରିଥିଲେ । ଆଜି ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମ ର ଜୟତରୁଣ ଯୁବକ ସଂଘର ତତ୍ତ୍ଵାବଧାନରେ ଗ୍ରାମ ରାସ୍ତା, ନଳକୂପ, ଡ଼୍ରେନ ଆଦି ସ୍ଥାନ ଗୁଡିକରେ ଦୀର୍ଘ ଦିନରୁ ଅଳିଆ ଆବର୍ଜ୍ଜନା ଭରି ରହିଥିବାରୁ ପାଣି ଜମି ଦୂର୍ଗନ୍ଧ ହେଉଥିଲା । ଯାହାଫଳରେ ମଶା ମାଛି ବ୍ୟାପିବାର ସଙ୍ଗେ ବିଭିନ୍ନ ରୋଗ ବ୍ୟାପିବାର ଆଶଂକା ରହିଥିବା ଦେଖ ଉକ୍ତ ସ୍ଥାନଗୁଡ଼ିକକୁ ସଫାକରି ଥିଲେ । ପ୍ରଧାନମନ୍ତ୍ରୀ ସ୍ବଛ ଭାରତ ଅଭିଯାନ ନାରାରେ ଅନୁପ୍ରାଣିତ ହୋଇ ଯୁବକ ସଂଘର ସଂପାଦକ ଜଗନ୍ନାଥ ବରିହାଙ୍କ ତତ୍ବାବଧାନରେ ସଫେଇ କାର୍ୟ୍ୟ କରାଯାଇଥିଲା । ଜୟ ତରୁଣ ଯୁବକ ସଂଘ ର ନବଦୀପ ମଲ୍ଲିକ ଅମନ ପୁଟେଲ, ଆନନ୍ଦ ପୁଟେଲ, ନୀତିଶ ମଲିକ, ଅମିର ବରିହାଙ୍କ ସମେତ ଅନ୍ୟ ସଦସ୍ୟ ମାନେ ସାମିଲ ହୋଇ ସଫେଇ କାର୍ୟ୍ୟ କରିଥିଲେ ।

jayashree
Leave A Reply

Your email address will not be published.