pakka

ସଂପୂର୍ଣ୍ଣ ବାର୍ତ୍ତା ବ୍ଲକସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ କର୍ମଶାଳା

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ବୁରାଟସ୍ଥିତ ତାଲିମ କେନ୍ଦ୍ରଠାରେ ସଂପୂର୍ଣ୍ଣ ବାର୍ତ୍ତା ବ୍ଳକ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସେବାଜଗତ ତରଫରୁ ରୋଶନାରା ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୟୁନିସେଫ୍ ତରଫରୁ ସନ୍ତୋଷ ବେହେରା ଯୋଗଦେଇ ସ୍ୱାସ୍ଥ୍ୟ ପୁଷ୍ଟିର ଉନ୍ନତି, ଶିଶୁ ଏବଂ ମା’ ମୃତ୍ୟୁ ହାର କମ୍‌ କରିବା ଆଦି ଦିଗରେ ଆଲୋଚନା କରିଥିଲେ । ଏଥିସହିତ ଆଇସିଡ଼ିଏସ୍ ପରିଦର୍ଶିକା ଅଞ୍ଜଳି ପଟ୍ଟନାୟକ, ଶର୍ମିଳା ବେହେରା, ଲତା ଦିଗାଲ ପ୍ରମୁଖ ନିଜ ନିଜ ମତ ପ୍ରକାଶ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସେବାଜଗତ କର୍ମୀ ସୁନୀତା ତାଣ୍ଡି, ଯାଜ୍ଞସେନୀ ଭୋଇ, କୌରବ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

fifteen − six =

error: Content is protected !!