pakka

ମିଶନ ଶକ୍ତି ବିଭାଗ ଓ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଋଣ ମେଳା ଅନୁଷ୍ଠିତ

bbehera

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶା ଜୀବିକା ମିଶନ ଓ ମିଶନ ପକ୍ଷରୁ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ତରଫରୁ ୩ ଦିନିଆ ଋଣ ମେଳା କାର୍ଯ୍ୟକ୍ରମ ଚାଲୁରହିଛି । ବ୍ଲକ୍‌ରେ ମୋଟ ୧୬୦୦ ସ୍ଵଂୟ ସହାୟକ ଗୋଷ୍ଠୀ ଜଡ଼ିତ ରହିଥିବା ସୂଚନା ରହିଛି ଓ ଏହି ଋଣ ମେଳା ଆସନ୍ତା କାଲି ଯାଏଁ ଚାଲୁ ରହିବ ବୋଲି ସୂଚନା ରହିଛି । ଏଥିରେ ପୂର୍ବରୁ ୩୨୩ ସ୍ୱୟଂ ସହାୟକ ଗୋଷ୍ଠୀକୁ ୪ କୋଟି ୪୯ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି । ଗତ କାଲିଠୁ ଆଜି ଯାଏଁ ୪୭୦ ବ୍ୟାଙ୍କ୍ ଲିଙ୍କେଜ ଆବେଦନ ପତ୍ର ଋଣ ପ୍ରଦାନ ନିମନ୍ତେ ଗ୍ରହଣ ହୋଇଛି । ଏଥିରେ ୪ଟି ବ୍ୟାଙ୍କ ଯଥା ଭାରତୀୟ ଷ୍ଟେଟ ବ୍ୟାଙ୍କ ମ. ରାମପୁର, ଭାରତୀୟ ଷ୍ଟେଟ ବ୍ୟାଙ୍କ ଉର୍ଲାଦାନି ଶାଖା, ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ମ. ରାମପୁର, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମ.ରାମପୁର, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମୋହନଗିରି ଓ ସମବାୟ ସମିତି ମ. ରାମପୁର ପକ୍ଷରୁ ଋଣ ପ୍ରଦାନ ପାଇଁ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଆଜି ମିଶନ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ସଦ୍ୟସ୍ୟା ମାନେ ମ. ରାମପୁର ଚାରିଛକରୁ ଏକ ଶୋଭାଯାତ୍ରା କରି ବିଜୁ ସ୍ଵାସ୍ଥ୍ୟ ଯୋଜନା ସମ୍ବନ୍ଧରେ ଗ୍ରାମସ୍ତରୀୟ ସଚେତନାତା କରି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ପରେ ଏହି ଶୋଭାଯାତ୍ରା ବ୍ଲକ କାର୍ୟ୍ୟାଳୟ ଯାଏଁ ପହଞ୍ଚିଥିଲା । ଏଥିରେ ମିଶନ ଶକ୍ତି ବିଭାଗର ବି.ପି.ସି ସତ୍ୟବାନ ସାହୁ, ବି.ପି.ଏ.ସି.ଏ ଆଦିତ୍ୟ ମାହାଖୁଡ ଓ ଓଡ଼ିଶା ଜୀବିକା ମିଶନ ବିଭାଗର ବି. ପି.ଏମ ଦୀପ୍ତି କିଶୋର ନାୟକ, ବି.ଏଲ.ସି ପ୍ରୁଥିରାଜ ସାହୁ, ବତନ ସିଂ ପାତ୍ର, ସୁଧୀର କୁମାର ନାୟକ, ବି. ଆର୍.ଏଲ୍.ପି ସତ୍ୟ ବ୍ରତ ପରିଡ଼ା ଏବଂ ଉକ୍ତ ବ୍ଲକର ୧୯ ଗୋଟି ଗ୍ରାମ ପଞ୍ଚାୟତ ସ୍ତରୀୟ ସଙ୍ଘର ଏମ.ବି.କେ , ସି. ଆର.ପି, କୃଷିମିତ୍ର, ପ୍ରାଣୀମିତ୍ର, ବ୍ୟାଙ୍କମିତ୍ର, ଇ.ଏଲ.ଏସ.ପି ପ୍ରମୁଖ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

sixteen − 2 =

error: Content is protected !!