pakka

କେନ୍ଦୁଭଟାରେ କ୍ଷୁଦ୍ରଦାନା ଶସ୍ୟର ପୁଷ୍ଟିସାର ସଂପର୍କୀତ କର୍ମଶାଳା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ଦେବଦତ କ୍ଲବ ତାଳିମ ଗୃହଠାରେ କ୍ଷୁଦ୍ର ଦାନାଶସ୍ୟର ପୁଷ୍ଟିସାର ଉପରେ ଏକ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । କୃଷି ବିଭାଗର ସହାୟତାରେ ୨ ଦିନ ଧରି ଚାଲିଥିବା ଉକ୍ତ କର୍ମଶାଳାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବଣୁଆ, ବରଗଡ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମଦିନ ଦୀପ, କୃଷି ଓଭରସିଅର ନାରାୟଣ ପ୍ରଧାନ, ଶିକ୍ଷା ବିଭାଗର ନେହେରୁ ଦାଶ, ଲେଡି ସୁପରଭାଇଜର ସବିତା ଚେରକିଆ ଓ ବୈଜୟନ୍ତୀ କରୁଆଲ ଯୋଗ ଦେଇଥିଲେ । ପ୍ରଥମେ ବ୍ଲକ ସଂଯୋଜକ ରୁଦ୍ର ସାହୁ ସମସ୍ତଙ୍କୁ ସ୍ୱଗତ ଜଣାଇ ମାଣ୍ଡିଆ ଚାଷ ଉପରେ ଆଲୋଚନା କରି ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟଲ ପ୍ରତି ୩୩୭୭.୦୦ ବୋଲି ଆଲୋଚନା କରିଥିବା ବେଳେ ସଂପାଦକ କାହ୍ନୁଚରଣ ମାଝୀ ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ । ଶ୍ରୀ ପ୍ରଧାନ ମାଣ୍ଡିଆର ପୁଷ୍ଟିସାର ଉପରେ ଆଲୋଚନା କରିଥିବା ବେଳେ ଶ୍ରୀ ବଣୁଆ ମିଲେଟ ମିଶନ କାର୍ଯ୍ୟକ୍ରମ ମଣିଷର ସ୍ଵାସ୍ଥ୍ୟ ଉପରେ ସହାୟକ ହେବ ବୋଲି ମତବ୍ୟକ୍ତ କରି ଅନୁଷ୍ଠିତ ଖାଦ୍ୟ ପର୍ବର ଶୁଭାରମ୍ଭ କରିଥିଲେ । ଶ୍ରୀ ଦୀପ ଚଳିତ ବର୍ଷ ଏହି ବ୍ଲକରେ ଅଧିକ ଚାଷ ହୋଇଥିବାର ସୂଚନା ଦେଇଥିଲେ । ଦ୍ଵିତୀୟ ଦିବସରେ ଗାଇସିଲାଟ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁଙ୍କ ସହ ଦେବେନ୍ଦ୍ର ଯୋଶୀ, ରବୀନ୍ଦ୍ର ଠାକୁର, ପୂର୍ଣ୍ଣାନନ ବାରିକ ଯୋଗଦେଇ ମାଣ୍ଡିଆର ଉପାଦେୟ ଗୁଣ ଉପରେ ଆଲୋକପାତ କରିଥିଲେ । ବ୍ଲକ କୃଷି ଅଧିକାରୀ ନିବେଦିତା ଭୋଇ ମାଣ୍ଡିଆ ଚାଷ ଓ ଏହାର ଉପାଦେୟ ଗୁଣ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଶେଷରେ ଶେଷଦେବ ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

19 + 6 =