oom

ବଲାଙ୍ଗିରରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ଶିଶୁ ସୁରକ୍ଷା ସଚେତନତା ରଥ ପରିକ୍ରମା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଶିଶୁ ସୁରକ୍ଷା ସଚେତନା ରଥକୁ ସବୁଜ ପତାକା ଦେଖାଇ ଦୁଇ ଦିନ ପାଇଁ ବଲାଙ୍ଗିର ଜିଲ୍ଲାରେ ପରିକ୍ରମା କରିି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଉଦ୍‌ଘାଟନ କରିଛନ୍ତି । ସଚେତନତା ରଥଟି ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଂଚଳ ପରିକ୍ରମା କରି ଶିଶୁ ଅଧିକାରୀ, ଶିଶୁ ସୁରକ୍ଷା, ବାଲ୍ୟ ବିବାହ ନିଷେଧ, ଶିଶୁ ଶ୍ରମିକ ପ୍ରଥା ବନ୍ଦ, ଶିଶୁଙ୍କୁ ଯୌନ ନିର୍ୟ୍ୟାତନାରୁ ମୁକ୍ତି ତଥା ଶିଶୁର ଶିକ୍ଷା ଅଧିକାରକୁ ସୁନିଶ୍ଚିତ କରିବା, ଶିଶୁ କନ୍ୟାର ସୁରକ୍ଷା ଇତ୍ୟାଦି ସଚେତନତାମୂଳକ ବାର୍ତ୍ତା ପ୍ରଚାର ପ୍ରସାର କରିବ । ଜିଲ୍ଲାପାଳ ତାଙ୍କ ଉଦ୍‌ଘାଟନି ବାର୍ତ୍ତାରେ କହିଥିଲେ ଯେ, ସମାଜରୁ ଶିଶୁ ଶ୍ରମିକ, ବାଲ୍ୟ ବିବାହ, ଶିଶୁ ଯୌନ ନିର୍ୟ୍ୟାତନା ଭଳି ଘୃଣ୍ୟ ପ୍ରଥା ତଥା କୁତ୍ସିତ ମାନସିକତାକୁ ଆଜିର ସଭ୍ୟ ସମାଜ ମୂଳପୋଛ କରିବାର ଗୁରୁ ଦାୟିତ୍ୱକୁ ଲୋକଙ୍କୁ ବୁଝାଇବାର ଓ ଲୋକେ ବୁଝିବାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ଉଦ୍‌ଘାଟନି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲିପ କୁମାର ପଟେଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶାନ୍ତିଲାଲ ଦୀପ, ଜିଲ୍ଲା ଶିକ୍ଷାଧିକାରୀ ଧୃବ ଚରଣ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଲ, ୱାର୍ଲ୍ଡ ଭିଜନର କାର୍ଯ୍ୟକ୍ରମ ପରିଚାଳିକା ଓ ସଦସ୍ୟବୃନ୍ଦ, ବଲାଙ୍ଗିର ସିଡିପିଓ, ମ୍ୟୁନିସିପାଲିଟି ଅଂଚଳର ସମସ୍ତ ଅଙ୍ଗନୱାଡି କର୍ମୀ, ୱାନ ଷ୍ଟପ ସେଣ୍ଟରର କର୍ମକର୍ତ୍ତା, ଏସ୍‌ଏଚ୍‌ଜି କର୍ମୀଗଣ ଉପସ୍ଥିତ ଥିଲେ । ସଚେତନତା ରଥଟି ଡିଏସ୍‌ଡବ୍ଲୁଓ କାର୍ୟ୍ୟାଳୟରୁ ବାହାରି ବିଭିନ୍ନ ଶିଶୁ ଅଧିକାର ଓ ସୁରକ୍ଷାଧର୍ମୀ ସ୍ଲୋଗାନ ସହ ସହର ପରିକ୍ରମା କରି ଟିଟିଲାଗଡ ଅଭିମୁଖେ ଯାତ୍ରା କରି ସମସ୍ତ ବ୍ଲକର ପ୍ରମୁଖ ସ୍ଥାନମାନଙ୍କରେ ସଚେତନତା ସଭା କରି ଜନ ଜାଗରଣ ସୃଷ୍ଟି କରିଥିଲା । କାର୍ୟ୍ୟକ୍ରମ ସବୁକୁ ଦିଗମ୍ବର କର, ଚୁଡାମଣି ପଣ୍ଡା, ଅରୁଣ ଖୁଆସ ସହଯୋଗ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.