jsm

ଗଣଅଣ୍ଡାଦାନ ସ୍ଥଳରେ ବେବି ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କିତ କର୍ମଶାଳା

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ବଟେଶ୍ଵର ଶୈବପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ନିକଟସ୍ଥ ଗଣଅଣ୍ଡାଦାନ ସ୍ଥଳରେ ସାମୁଦ୍ରିକ ବେବି ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ଇନଭାରମେଣ୍ଟ ସୋସାଇଟି ଓ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଋଷିକୁଲ୍ୟା ସୁରକ୍ଷା କମିଟି ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୱାଇଲ୍ଡ ଲାଇଫ ଇନ୍‌ଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଡେରାଡୁନ ସାଇଣ୍ଟିଷ୍ଟ ଡ଼. ବିଭାଷ ପାଣ୍ଡବ ଯୋଗ ଦେଇ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । ଓଡିଶା ଇନଭାରମେଣ୍ଟ ସୋସାଇଟି ସେକ୍ରେଟାରୀ ଡ଼. ଜୟକୃଷ୍ଣ ପାଣିଗ୍ରାହୀ, ଟାଟା ଷ୍ଟିଲ ଫାଉଣ୍ଡେସନ ମ୍ୟାନେଜର ତଥା ବାଇଲୋଜିଷ୍ଟ ଆଶିଷ କୁମାର ଦାଶ, ସାଇଣ୍ଟିଷ୍ଟ ଇ ଆଣ୍ଡ ଓ.ଆଇ.ସି, ଜେଡ.ଏସ.ଆଇ ଡ଼. ଅନିଲ କୁମାର ମହାପାତ୍ର, ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ପ୍ରଧାନ, ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ପ୍ରମୁଖ ସମ୍ମାନିତ ଅତିଥି ମଞ୍ଚାସୀନ ରହିଥିଲେ । ପୃଥିବୀ ପୃଷ୍ଟରୁ ଅନେକ ଜୀବ ଧୀରେ ଧୀରେ ଲୋପ ପାଇବାକୁ ବସିଥିବା ବେଳେ ସେ ସବୁ ଜୀବମାନଙ୍କର ସଂରକ୍ଷଣ ନେଇ ମାନବ ସମାଜ ଗୁରୁତ୍ୱାରୋପ କରିବା ଆବଶ୍ୟକ । ସେହିପରି ଋଷିକୁଲ୍ୟା ମୁହାଣ ସମୁଦ୍ର ଉପକୂଳବର୍ତ୍ତୀ ଇଲାକାରେ ସାମୁଦ୍ରିକ କଇଁଛମାନଙ୍କ ସୁରକ୍ଷା ପ୍ରତି ସ୍ଥାନୀୟ ଅଞ୍ଚଳବାସୀ ଯତ୍ନବାନ ହେବା ନେଇ ମତବ୍ୟକ୍ତ କରିଥିଲେ । ତତ୍‌ ସହିତ ସ୍ଥାନୀୟ ସାମୁଦ୍ରିକ ମତ୍ସ୍ୟଜୀବୀ ଓ କୈବର୍ତ୍ତ ସମ୍ପ୍ରଦାୟଙ୍କ ସାମୁଦ୍ରିକ କଇଁଛ ପାଇଁ ସୃଷ୍ଟି ହେଉଥିବା ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ବିଭାଗ ସହଯୋଗ ଯୋଗାଇଦେବା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କର୍ମଶାଳାରେ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ତରଫରୁ ବିଜୁ ପଟ୍ଟନାୟକ ଆୱାର୍ଡ଼ ପାଇଥିବା ଯୁବ ପରିବେଶବିତ୍‌ ରବୀନ୍ଦ୍ର ନାଥ ସାହୁଙ୍କୁ ଉଚ୍ଚ ପ୍ରଶଂସା କରାଯାଇଥିଲା । ଓଇଏସ ପ୍ରେସିଡେଣ୍ଟ ସୁନ୍ଦର ନାରାୟଣ ପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ବୈଠକରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ସାମୁଦ୍ରିକ କଇଁଛ ଶାବକମାନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ କର୍ମଚାରୀ, ଯୁବ ସ୍ୱେଚ୍ଛାସେବୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ରହିଥିଲେ ।

yuvodaya
Leave A Reply

Your email address will not be published.