csstore

ସଙ୍କୁଳ ଶିକ୍ଷା ପରିଷଦ କାର୍ଯ୍ୟଶାଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଭରସୁଜାରେ ରବିବାର ଲୋଇସିଂହା ସଙ୍କୁଳର ଶିକ୍ଷା ପରିଷଦ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟଶାଳାରେ ଲୋଇସିଂହା ସଙ୍କୁଳର ସାତଟି ବିଦ୍ୟାଳୟରୁ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ସୁଶୀଲ କୁମାର ଭୋଇ ଏବଂ ସ୍ଵତନ୍ତ୍ର ଅତିଥି ଭାବେ ସମ୍ପାଦକ ଉମାକାନ୍ତ ପଟେଲ, ପୂର୍ବତନ ସଭାପତି ଡ.ରତନ ସାହୁ, ଲୋଇସିଂହା ସଙ୍କୁଳ ପ୍ରମୁଖ କମଲ ଲୋଚନ ତ୍ରିପାଠୀ, ଯୁଗ୍ମ ସଂପାଦକ ଜଗଦାନନ୍ଦ ବିଶ୍ବାଲ ପ୍ରମୁଖ ଯୋଗ ଦେଇଥିଲେ । ଲୋଇସିଂହା ସଙ୍କୁଳ ସଂଯୋଜକ ଶିବ ବାରିକ କାର୍ଯ୍ୟଶାଳାର ଉଦ୍ଦେଶ୍ୟ କଥନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ପରମେଶ୍ୱର ଯୁଆଡି ଅତିଥି ପରିଚୟ ପ୍ରଦାନ କରିଥିଲେ । ଆୟୋଜକ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଜଗଦାନନ୍ଦ ବିଶ୍ଵାଲ ପରିଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.