csstore

ସଇଁତଲାରେ କଂଗ୍ରେସର ମହଙ୍ଗାଇ ପେ’ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ବ୍ଲକ କଂଗ୍ରେସ କମିଟି ତରଫରୁ ଭଦ୍ରା ସାପ୍ତାହିକ ବଜାର ପ୍ରାଙ୍ଗଣରେ ମହଙ୍ଗାଇ ପେ’ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗ ଦେଇ ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ରାଜ୍ୟ ତଥା ଦେଶରେ ହୋଇଥିବା ଅଭାବନୀୟ ପରିସ୍ଥିତିକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକ ହରଦୀପ ସିଂ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇ, ସୋସିଏଲ ମିଡିଆ ସଂଯୋଜକ ସୁବ୍ରତ ବେହେରା, ସମିତି ସଭ୍ୟ ଉମାକାନ୍ତ ରଣା, ରାକେଶ ନାୟକ, ମଦନ ନାଗ, ନବୀନ ରଣା, ବାଞ୍ଛାନିଧି ବୁଡେକ, ପୂର୍ବତନ ସରପଞ୍ଚ ଉତ୍ତମ ପଟେଲ, ଜ୍ୟୋତିର୍ମୟ ମହାନ୍ତି, ନବୀନ ବେମାଲ, ମୋହନ ପ୍ରଧାନ, ଅମିତ ରଥ, ସନ୍ତୋଷ ବେହେରା, ମକୁନ୍ଦ ନାଗ, ମିନି ସେଠ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କର୍ମୀଗଣ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ନେଇ ଖାଉଟିମାନଙ୍କୁ ଦଳ ତରଫରୁ ସଚେତନ କରାଯାଇଥିଲା ।

jayashree
Leave A Reply

Your email address will not be published.