pakka

୧୬ ନଂ. ୱାର୍ଡରେ ସିନ୍‌ଟାକ୍ସ ପାଣି ଟାଙ୍କି ଚୋରି ଅଭିଯୋଗରେ ଟାଉନଥାନର ଦ୍ୱାରସ୍ଥ ହେଲେ କାଉନ୍‌ସିଲର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ୱାର୍ଡ ନଂ ୧୬ର ବିଭିନ୍ନ ସ୍ଥାନରେ ସିନ୍‌ଟାକ୍ସ ପାଣି ଟାଙ୍କି ସାଧାରଣ ଜନତାଙ୍କ ପାଇଁ ଲଗାଯାଇଥିଲା । ତେବେ ଏହାକୁ କେହି ଜଣେ ଦୁର୍ବୃତ୍ତ ଚୋରି କରିନେଇଥିବା ନେଇ ବଲାଙ୍ଗିର ଟାଉନଥାନାର ଦ୍ୱାରସ୍ଥ ହୋଇଛନ୍ତି ଏହି ୱାର୍ଡର କାଉନ୍‌ସିଲର ଶ୍ରୀମତୀ ସନ୍ତୋଷିନୀ କୁଅଁର । କାଉନ୍‌ସିଲର ଶ୍ରୀମତୀ କୁଅଁରଙ୍କ କହିବାନୁସାରେ ୱାର୍ଡର ବିଭିନ୍ନ ସ୍ଥାନରେ ୮ଟି ସିନ୍‌ଟାକ୍ସ ପାଣି ଟାଙ୍କି ଲଗାଯାଇଥିବା ବେଳେ ଗୋଟିଏ ପାଣିଟାଙ୍କିକୁ କେହି ଜଣେ ଦୁର୍ବୃତ୍ତ ଚୋରି କରି ନେଇଯାଇଛି । ତେବେ ଏଥିପ୍ରତି ବଲାଙ୍ଗିର ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି କାଉନ୍‌ସିଲର ଶ୍ରୀମତୀ କୁଅଁର । ଥାନାକୁ ଦ୍ୱାରସ୍ଥ ସମୟରେ କାଉନ୍‌ସିଲରଙ୍କ ସମେତ ବଲାଙ୍ଗିର ପୌରପରିଷଦର ପୌରଉପାଧ୍ୟକ୍ଷା ସୁଶ୍ରୀ ଗାୟିତ୍ରୀ ଭୋଇ ଓ ୧୭ ନଂ ୱାର୍ଡର କାଉନସିଲର ଶ୍ରୀମତୀ ପ୍ରତିମା ଛତ୍ରିଆ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × 5 =