pakka

ବିବିଏ ଓ ବିସିଏ ପରୀକ୍ଷା ଫଳ ପ୍ରକାଶିତ : ଇମ୍ପରିୟଲ କଲେଜ ଛାତ୍ରଛାତ୍ରୀଙ୍କ ସଫଳତା

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ କଲେଜର ବିବିଏ ଓ ବିସିଏ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷା ଫଳରେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଇମ୍ପରିୟଲ କଲେଜକୁ ଶ୍ରେଷ୍ଠ ସ୍ଥାନ ମିଳିଛି । ଏହି କଲେଜର ଛାତ୍ର କାହ୍ନାଚରଣ ପଣ୍ଡା ବିଶ୍ୱବିଦ୍ୟାଳୟ ର‍୍ୟାଙ୍ଗଙ୍କିରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହାଛଡା ଏହି କଲେଜର ଛାତ୍ରୀ ଲାଡଲି ପାତ୍ର ଓ ଛାତ୍ର ସିଦ୍ଧାନ୍ତ ଅଗ୍ରୱାଲ ଯୁଗ୍ମ ଭାବରେ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ରହିଛନ୍ତି । ଏହି କଲେଜର ୧୧ ଜଣ ଛାତ୍ରଛାତ୍ରୀ ମଧ୍ୟ ପ୍ରଥମ ଶ୍ରେଣୀରେ ବିବିଏରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି କଲେଜର ବିସିଏ ପରୀକ୍ଷାରେ ମଧ୍ୟ ୧୬ ଜଣ ଛାତ୍ର ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କଲେଜର ଏହି ସଫଳତା ପାଇଁ କଲେଜର ଚେୟାରମ୍ୟାନ ଦୀପକ ଗୋୟଲ ଏବଂ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

jay balangir
Leave A Reply

Your email address will not be published.

9 − 8 =