csstore

ପଞ୍ଚାୟତସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ                               

ଆଗଲପୁର, (ସୁଶିଳ‌ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି, ଆଗଲପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ଧୀରେନ୍ଦ୍ର ମେହେର, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ମିଶ୍ର ମଞ୍ଚାସିନ ଅଧିକାରୀ ଭାବେ ଯୋଗଦେଇଥିଲେ । ଏଥିରେ ସମୁଦାୟ ୫ ଗୋଟି ଅଭିଯୋଗ ଉପରେ ଅତିଥି ମାନେ ଶୁଣାଣି କରିଥିଲେ । ସାଲେଭଟା ଗ୍ରାମ ପଞ୍ଚାୟତ ଦୁଇ ଗୋଟି ଗ୍ରାମକୁ ନେଇ ଗଠିତ ସେ ଗୁଡ଼ିକ ହେଲା ସାଲେଭଟା ଓ ଖଲିଆ ପାଲି ଗ୍ରାମ । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ପିଇବା ପାଣି ଉପରେ ଗ୍ରାମର ୮ ନମ୍ବର ୱାର୍ଡ ମେମ୍ବର ମହାଦେବ ପାଇକ ଚନ୍ଦନ ଅଭିଯୋଗ କରିଥିଲେ । ଗତ ବର୍ଷ ୨୦୨୫ରେ ହରିଜନ ପଡ଼ା, ଘଷିଆ ପଡ଼ା, ମୁଣ୍ଡା ପଡ଼ା, ହାଇସ୍କୁଲ ପଡ଼ାରେ ପାଣିର ସମସ୍ୟା ପ୍ରତି ଅଭିଯୋଗକାରୀ ଆସୁଥିଲେ ହେଁ ତାଙ୍କର ଅଭିଯୋଗକୁ ପ୍ରଶାସନ ଅଣଦେଖା ତଥା ଭୂକ୍ଷେପ କରୁନଥିବା କ୍ଷୋଭର ସହ ପ୍ରକାଶ କରିଥିଲେ । ତେଣୁ ସହକାରୀ ଯନ୍ତ୍ରୀ, ଜଳ ଓ ପରିମଳ ଯନ୍ତ୍ରୀଙ୍କୁ କହିବାରୁ ୮ ଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ୱାର୍ଡ ମେମ୍ବର ଶ୍ରୀ ଚନ୍ଦନ ପ୍ରକାଶ କରିଛନ୍ତି । ଏହିପରି ଭତ୍ତା, ଗାଈ ଗୁହାଳ, ଶିକ୍ଷା, ସ୍ୱାସ୍ଥ୍ୟ, ଉଦ୍ୟାନ, କୃଷି ପ୍ରାଣୀ ସମ୍ପଦ, ଏନ୍ ଆର୍ ଇ ଜି ଏ ଓ ଅନ୍ୟାନ୍ୟ ବିଷୟରେ ଅଭିଯୋଗ ଉପରେ ଅତିଥିମାନେ ଶୁଣାଣି କରିଥିଲେ । ଏହି କାର୍ଯ୍ୟକ୍ରମରେ ବି ଏସ ଏସ ଓ ସୁଶାନ୍ତ ବାଗ, ଏ ପି ଓ ଜଗତ ଜିତା ସେଠି, ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ବୁଦ୍ଧି ରାମ ମହନ୍ତ , ସି ଆର୍ ସି ସି ସଦାନନ୍ଦ ଭୁଏ, ବିଏଲସି ଅଭିରାମ ସାହୁ, ଏଲ ଆଇ ପୁଷ୍ପାଞ୍ଜଳି ମାଝି, ସ୍ୱାଗତିକା ଘିବେଲା, ଅଂଶୁମାନ ଦେବ ବାବୁ, ଜ୍ଞାନ ରଞ୍ଜନ ସା, ଅରୁଣ କୁମାର ଦେବ, ଏମ ଆଇ ଚନ୍ଦନ ସ୍ୱାଇଁ ଓ ଗ୍ରାମ ପଞ୍ଚାୟତର ସରପଞ୍ଚ ବିଜୟ ବେହେରା, ପି ଇ ଓ ସୁରେନ୍ଦ୍ର ପଧାନ, ଏ ଡି ଇ ଓ ମନୋଜ ଦାସ ସହିତ ୱାର୍ଡ ମେମ୍ବରମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.