jsm

ବିଦ୍ୟାଳୟସ୍ତରୀୟ ଖେଳାଳି ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

csstore

ପାଟଣାଗଡ଼, (ପୁସ୍ତମ ଯୁଆଡି) : ତିନି ଦିନ ଧରି ବ୍ଲକସ୍ତରୀୟ ବିଦ୍ୟାଳୟ ଖେଳାଳି ଚୟନ ୨୦୨୨-୨୩ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁତମୁଣ୍ଡା ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ଏହି ଅବସରରେ ପାଟଣାଗଡ ବ୍ଲକର ବିଇଓ ଶଙ୍କର ମାଝୀ ମୁଖ୍ୟ ଅତିଥି, ବାଳିଆ ମାଝୀ (ଜିଲ୍ଲା ପରିଷଦ), ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁତମୁଣ୍ଡାର ପ୍ରଧାନ ଶିକ୍ଷକ କୁଳମଣି ମେହେର (ବ୍ଲକସ୍ତରୀୟ ଖେଳ ସଭାପତି), ବସନ୍ତ ମେହେର (ବ୍ଲକସ୍ତରୀୟ ଖେଳ ସମ୍ପାଦକ), ଚିତ୍ର ମେହେର (୫ଟି ସଭାପତି), କରୁଣାକର ବନଗୁଲା, ବୁଲୁ ଠାକୁର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ପତାକା ଦେଖାଇ ଖେଳକୁଦକୁ ଶୁଭାରମ୍ଭ କରିଥିଲେ । ଏହି ଖେଳାଳି ଚୟନ ପ୍ରକ୍ରିୟାରେ କବାଡ଼ି, ଖୋ ଖୋ, ଫୁଟବଲ, ଦଉଡକୁଦ, ସଟ୍‌ଫୁଟ୍ ଓ ଡିସ୍କସ୍‌ ଖେଳରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ବିଭିନ୍ନ ଖେଳକୁଦକୁ ଖେଳ ଶିକ୍ଷକ, ଶିକ୍ଷୟିତ୍ରୀ କୈଳାଶ ମେହେର, ଶରତ ନାଗ, ଚୈତନ୍ୟ ସାହୁ, ରାଜେଶ ଜେନା, ସଚିଦାନନ୍ଦ ସାହୁ, ପ୍ରତୁଳ କୁଦେଇ, ରାଜେଶ ମଲିକ୍, ଶରତ ମେହେର, ବ୍ରାହ୍ମଣୀ ଦୀପ, ନିର୍ମଳା ରଥ, ଆନଦିନୀ ବାଗ, ମିତା ସାହୁ ସହଯୋଗ କରିଥିଲେ ଏବଂ ସଭା ଶେଷରେ ହିନ୍ଦୀ ଶିକ୍ଷକ ଘନଶ୍ୟାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.