ବରଗଡ଼ ପୋଲିସ ପକ୍ଷରୁ ବୀରାଙ୍ଗନା କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ) : ମହିଳା ତଥା ନାରୀମାନଙ୍କୁ ଆତ୍ମନିର୍ଭରଶୀଳ ତଥା ସଶକ୍ତ ଝିଅ ଓ ସଶକ୍ତ ସମାଜ ଗଠନ କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ବୀରାଙ୍ଗନା କାର୍ଯ୍ୟକ୍ରମରେ ଆଜି ଗାଇସିଲେଟ ଥାନା ଅଧିକାରୀ ବୀରବର ଭଗତଙ୍କ ନେତୃତ୍ୱରେ କେନ୍ଦୁଭଟା ସ୍ଥିତ ଶ୍ରୀଅରବିନ୍ଦ ଶିକ୍ଷ୍ୟା କେନ୍ଦ୍ର ଏବଂ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କଲଙ୍ଗାପାଲିର ଶତାଧିକ ଛାତ୍ରଛାତ୍ରୀଙ୍କୁ ଆତ୍ମରକ୍ଷା କରିବା ପାଇଁ ଦିଆଯାଉଛି ସ୍ୱତନ୍ତ୍ରର ପ୍ରଶିକ୍ଷଣ । ସବୁ କ୍ଷେତ୍ରରେ ବର୍ତ୍ତମାନ ନାରୀମାନେ କାର୍ଯ୍ୟରତ ଥିବାରୁ ଅନେକ ସମୟରେ କିଛି ଅସାଧୁ ଲୋକଙ୍କ ଦ୍ୱାରା ନିର୍ଯାତିତ ହେଉଛନ୍ତି, ତେଣୁ କରି ମହିଳା ସଶକ୍ତିକରଣ, ଆତ୍ମନିର୍ଭରଶୀଳ, ଛାତ୍ରୀମାନଙ୍କ ମଧ୍ୟରେ ସୁରକ୍ଷା, ଆତ୍ମବିଶ୍ୱାସ, ଶୃଙ୍ଖଳିତ ଜୀବନ, ସୁସ୍ଥ ଓ ସବଳ, ଲିଙ୍ଗଗତ ଭେଦଭାବ ଦୂରୀକରଣ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦକ୍ଷ ପ୍ରଶିକ୍ଷକମାନଙ୍କ ଦ୍ଵାରା ମାଗଣାରେ ଛାତ୍ରୀମାନଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ଯେମିତି ଝିଅମାନେ କିପରି ଭାବରେ ନିଜକୁ ଶତ୍ରୁ କବଳରୁ ବଞ୍ଚାଇ ପାରିବେ ଏବଂ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେଇ ପାରିବେ । ପୋଲିସ ପ୍ରଶାସନ ତରଫରୁ ହେଉଥିବା ଏହି ମହିଳା ଆତ୍ମରକ୍ଷା କର୍ମଶାଳାରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ ଖୁବ୍ ଆଗ୍ରହ ସହିତ ଗ୍ରହଣ କରୁଥିବାର ଦେଖିବାକୁ ମିଳୁଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ବରଗଡ଼ ପୋଲିସ ପ୍ରଶାସନର ଏଭଳି ମହତ୍ କାମ ପାଇଁ ସାଧୁବାଦ୍ ଜଣାଇଛନ୍ତି ।

Leave A Reply

Your email address will not be published.

five + eighteen =