ପ୍ରେମୀ ଯୁଗଳଙ୍କୁ ଥାନାରେ ବିବାହ କରାଇଲା ଦେଓଗାଁ ପୁଲିସ

ଦେଓଗାଁ, (ମନୀଷ କୁମାର ସାହୁ) : ନା ଥିଲା ସାଙ୍ଗରେ ବରଯାତ୍ରୀ ଗାଡ଼ି ନା ବାଜୁଥିଲା ବେଣ୍ଡ ବାଜା । ହେଲେ ବିବାହ କରିବା ପାଇଁ ବର ଆସିଥିଲା । ଏପଟେ ବରକୁ ଅପେକ୍ଷା କରିଥିବା କନ୍ୟା ହାତରେ ନା ଲାଗିଥିଲା ମେହେନ୍ଦୀ ନା ହୋଇଥିଲା ବଧୁ ବେଶ । ଫୁଲ ମାଲ ଅଦଳବଦଳ କରାଯାଇ ଥାନାରେ ବିବାହ ହୋଇଥିଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେଓଗାଁ ଥାନା ପରିସରରେ । ପ୍ରେମ ସମ୍ପର୍କକୁ ନେଇ ଫେରାର ହୋଇଥିବା ପ୍ରେମୀ ଯୁଗଳଙ୍କୁ ଠାବ କରି ଶନିବାର ଦିନ ଦେଓଗାଁ ଥାନା ପରିସର ପୁଲିସ ଫୁଲମାଲ ପିନ୍ଧାଇ ବିବାହ କରାଯାଇଥିଲା । ଲୋଇସିଂହା ଥାନା ଅନ୍ତର୍ଗତ ନଅଗାଁ(ଖ)ର ଜନୈକ ଯୁବକଙ୍କୁ ପ୍ରେମ କରୁଥିଲେ ଦେଓଗାଁ ଥାନା ଜରାସିଂହା ପଞ୍ଚାୟତ ବରକାନି ଗାଁର ଜନୈକ ଯୁବତୀ । ହେଲେ ଉଭୟ ପ୍ରେମୀ ଯୁଗଳ କିଛି ଦିନ ତଳେ ଘରୁ ଫେରାର ହୋଇ ଅନ୍ୟତ୍ର ରହୁଥିଲେ । ଏହି ଘଟଣା ଜଣାପଡିବା ପରେ ଝିଅ ଘର ଲୋକେ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ପ୍ରେମୀଯୁଗଳଙ୍କୁ ଠାବ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାକୁ ଚେଷ୍ଟା କରିଥିଲା । ହେଲେ ପୁଅ ଝିଅ ଏଥିରେ ଅରାଜି ହେବା ଓ ଗୋଟିଏ ଜାତିର ହୋଇଥିବାରୁ ପରିବାର ଲୋକଙ୍କ ଉପସ୍ଥିତିରେ ଦେଓଗାଁ ପୁଲିସ ଥାନା ପରିସରରେ ଥିବା ଶିବ ମନ୍ଦିରରେ ଉଭୟେ ଫୁଲମାଲ ପିନ୍ଧାଇ ବିବାହ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

11 + one =