csstore

୨୩ତମ ରାଜ୍ୟ କିକ୍‌ ବକ୍ସିଙ୍ଗ୍‌ରେ ବଲାଙ୍ଗିର ଜିଲ୍ଲାର ୧୭ଟି ପଦକ ହାସଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ନେତାଜୀ ସ୍ପୋର୍ଟ୍ସ କ୍ଲବ ଠାରେ ୧୬/୧୦/୨୦୨୨ ରିଖ ଏକ ଦିବସୀୟ ୨୩ତମ ରାଜ୍ୟ କିକ୍‌ ବକ୍ସିଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଦଳଗତ ଭାବେ ଖୋର୍ଦ୍ଧା ପ୍ରଥମ ସ୍ଥାନ ଅଧିକାର କରି ଚମ୍ପିୟାନ ହୋଇଥିବା ବେଳେ ସୁନ୍ଦରଗଡ ଦ୍ୱିତୀୟ ସ୍ଥାନ ଓ ବଲାଙ୍ଗିର ତୃତୀୟ ସ୍ଥାନ ଅଧିକାର କରି ପାରିଥିଲା । ଏଥିରେ ବଲାଙ୍ଗିର ଜିଲ୍ଲାରୁ ୧୦ ବାଳକ ଓ ୩ ଜଣ ବାଳିକା ଅଂଶଗ୍ରହଣ କରିଥିଲେ । ନିଜ ନିଜ ବର୍ଗରେ ମେଡାଲ ପାଇଥିବା ପ୍ରତିଯୋଗୀମାନେ ହେଲେ ନିରଞ୍ଜନ ସାଗର ସ୍ୱର୍ଣ୍ଣ, ସୁହାନି ଗୁରହାଣ୍ଡି ୧ଟି ସ୍ୱର୍ଣ୍ଣ ଓ ୧ଟି ରୌପ୍ୟ ପଦକ, ନୟନ ରାୟ ରୌପ୍ୟ ପଦକ, ଏମ୍‌.ଡି. ଆଦିଲ ସ୍ୱର୍ଣ୍ଣପଦକ, ଏମ୍‌.ଡି. ସାହିଲ ସ୍ୱର୍ଣ୍ଣ ପଦକ, ରୋଶନ ବେହେରା କାଂସ୍ୟ ପଦକ, ଆଲୋକ ନାୟକ ୧ଟି ସ୍ୱର୍ଣ୍ଣ ପଦକ ୧ଟି ରୌପ୍ୟ ପଦକ, ଭୋଳାନାଥ ବିଶ୍ୱାଳ ୨ଟି କାଂସ୍ୟ ପଦକ, ରାମେଶ୍ୱର ତୁମନିଆ ସ୍ୱର୍ଣ୍ଣପଦକ, ଅଶ୍ୱିନୀ କୁମାର ବାଗ ସ୍ୱର୍ଣ୍ଣ ପଦକ, ଏମ୍‌.ଡି. ଆସିଫ୍‌ ସ୍ୱର୍ଣ୍ଣପଦକ, ରିମା ସୁନା ସ୍ୱର୍ଣ୍ଣ ପଦକ, ଶାଳିନୀ ନନ୍ଦ ୧ଟି ରୌପ୍ୟ ୧ଟି କାଂସ୍ୟ । ଉଦ୍‌ଯାପନୀ ସଭାରେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ଭାରତୀୟ କିକ୍‌ ବକ୍ସିଙ୍ଗ ସଭାପତି ଏସ୍‌.ଏସ୍‌. ହରିଚନ୍ଦନ ଓ ଅନ୍ତରାଷ୍ଟ୍ରୀୟ ରେଫରି ପ୍ରଦ୍ୟୁମ୍ନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ବୋଲି ବଲାଙ୍ଗିର ଜିଲ୍ଲା କିକ୍‌ ବକ୍ସିଙ୍ଗ କୋଚ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି । ବଲାଙ୍ଗିର କିକ୍‌ ବକ୍ସିଙ୍ଗ ସଂଘର ସଭାପତି ତପନ ପାଣିଗ୍ରାହୀ ଓ ଉପସଭାପତି ବାବୁଲାଲ ନାଏକ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

jayashree
Leave A Reply

Your email address will not be published.