om academy

ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଠାରେ ପିଏମ କିଷାନ ସମ୍ମାନ ସମ୍ମେଳନ ୨୦୨୨କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

• ‘‘କୃଷି-ଷ୍ଟାର୍ଟଅପ୍ କନକ୍ଲେଭ୍ ଏବଂ କିଷାନ ସମ୍ମେଳନ’’ରେ ମହିଳା ଚାଷୀଙ୍କ ଅନଲାଇନ ଅଂଶଗ୍ରହଣ ସୁବିଧା ଯୋଗାଇ ଦେଲା ଆଇସିଏଆର ସିଆଇଡବ୍ଲୁଏ
• ପ୍ରତିଷ୍ଠାନ ପକ୍ଷରୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ଗ୍ରାମରୁ ପାଖାପାଖି ୨୫୦ ମହିଳା ଚାଷୀ କାର୍ଯ୍ୟକ୍ରମରେ ଯୋଗ ଦେଲେ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଠାରେ ପିଏମ କିଷାନ ସମ୍ମାନ ସମ୍ମେଳନ ୨୦୨୨କୁ ଉଦଘାଟନ କରିଛନ୍ତି। ଏହି ଅବରସରେ ଆୟୋଜିତ କାର୍ଯ୍ୟକ୍ରମର ଜାତୀୟ ଗୁରୁତ୍ବକୁ ଦୃଷ୍ଟିରେ ରଖି, ଭୁବନେଶ୍ବରସ୍ଥିତ ଆଇସିଏଆର-କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ ପକ୍ଷରୁ କୃଷି ଷ୍ଟାର୍ଟଅପ କନକ୍ଲେଭ ଓ କିଷାନ ସମ୍ମେଳନର ୱେବକାଷ୍ଟ ଆୟୋଜନ କରାଯାଇଥିଲା। ସୋମବାର ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମହିଳା ଚାଷୀମାନେ ଅନଲାଇନ ମାଧ୍ୟମରେ ଦେଖିପାରିଥିଲେ। ପ୍ରାରମ୍ଭରେ, ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡକ୍ଟର ସବିତା ମିଶ୍ର ଏହି କାର୍ଯ୍ୟକ୍ରମକୁ ସବୁ ପ୍ରତିନିଧି ଏବଂ ଅତିଥିମାନଙ୍କୁ ସ୍ବାଗତ ଜଣାଇଥିଲେ । ସେ ମଧ୍ୟ କୃଷି ଷ୍ଟାର୍ଟଅପ କନକ୍ଲେଭ ଓ କିଷାନ ସମ୍ମେଳନ ସମ୍ପର୍କରେ ମହିଳା ଚାଷୀମାନଙ୍କୁ ସଚେତନ କରାଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତାଙ୍କ ଉଦଘାଟନୀ ବକ୍ତବ୍ୟରେ କୃଷି ବିକାଶରେ ମହିଳା ଚାଷୀଙ୍କ ଗୁରୁତ୍ବ ବିଷୟରେ ଆଲୋକପାତ କରିଥିଲେ। ମହିଳା ଚାଷୀମାନଙ୍କୁ ମୁଖ୍ୟଧାରାକୁ ଆଣିବା ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ପ୍ରତିଷ୍ଠାନର ଭୂମିକାକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ, ପ୍ରଗତିଶୀଳ ମହିଳା ଚାଷୀମାନେ ସେମାନଙ୍କର ମତବ୍ୟକ୍ତ କରିବା ସହିତ ସେମାନଙ୍କର ଜୀବିକା ସୁଦୃଢ଼ କରିବା ଲାଗି ସରକାରଙ୍କ ପକ୍ଷରୁ ପ୍ରଚଳନ କରାଯାଇଥିବା ଯୋଜନା ଓ ନୀତି ପାଇଁ କୃତଜ୍ଞତା ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ଓଡ଼ିଶାର ମହିଳା ଚାଷୀମାନଙ୍କୁ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବା ଏବଂ ମେଗା ଇଭେଣ୍ଟକୁ ଦେଖିବା ଲାଗି ସୁଯୋଗ ଦେଇଥିଲା। ଏହି ଲାଇଭ୍‌ ୱେବକାଷ୍ଟ ସମୟରେ, ମହିଳା ଚାଷୀମାନେ କୃଷି ନବୋନ୍ମେଷ, କୃଷି ଷ୍ଟାର୍ଟଅପ୍‌ ଉଦ୍ୟୋଗ ଏବଂ ଏକ-ରାଷ୍ଟ୍ର ଏକ ସାର ଯୋଜନା ଭଳି ନୂଆ ସରକାରୀ ଯୋଜନା ସମ୍ପର୍କରେ ଜାଣିବାର ସୁଯୋଗ ପାଇଥିଲେ । ପ୍ରତିଷ୍ଠାନ ପକ୍ଷରୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ପାଖାପାଖି ୨୫୦ ମହିଳା ଚାଷୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଦୀର୍ଘସ୍ଥାୟୀ କୃଷି ଜ୍ଞାନକୌଶଳ, ବିଭିନ୍ନ କିସମର ଫସଲ ଏବଂ କୃଷି ପରିଚାଳନା ସମ୍ପର୍କରେ କୃଷି ବୈଜ୍ଞାନିକମାନେ ଏହି ଅବସରରେ ମହିଳା ଚାଷୀଙ୍କୁ ସଚେତନ କରାଇଥିଲେ । କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ତଥା ପ୍ରମୁଖ ବୈଜ୍ଞାନିକ ଡକ୍ଟର ଜ୍ୟୋତି ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

seventeen − thirteen =