om academy

ମହିଳା କପା ଚାଷୀମାନଙ୍କୁ ନେଇ ଜୈବିକ ଚାଷ ତାଲିମ ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡଡୁକଳା ଗ୍ରାମ ପଂଚାୟତ ଗରଲାଉଡାର ଗ୍ରାମର ସମସ୍ତ ମହିଳା କପା ଚାଷୀମାନଙ୍କୁ ନେଇ ଜୈବିକ ଚାଷୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଶା ସଂସ୍ଥାର ପ୍ରକଳ୍ପ ସଂଯୋଜକ ଡ. ବରୁଣ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଷୟବସ୍ତୁ ସଂଯୋଜକ ରମେଶ ଚନ୍ଦ୍ର ପୁଟେଲ, ପ୍ରକଳ୍ପ ପ୍ରବନ୍ଧକ ଟୁଟୁ ସେଠି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ମହିଳା ଚାଷୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସଂସ୍ଥାର କର୍ମଚାରୀ ଯୋଗେନ୍ଦ୍ର ହଂସ, ଯୋଗେନ୍ଦ୍ର ମେହେର, ଉଗ୍ରସେନ ସଗରିଆ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

4 × five =