ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଦ୍ୟ ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ବାଳକ ବିଭାଗରେ ବଲାଙ୍ଗିର ଓ ବଙ୍ଗୋମୁଣ୍ଡା ଓ ବାଳିକା ବିଭାଗରେ ସଇଁତଳା ଓ ମୁରିବାହଲ ବ୍ଲକ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଆଜିର ବାଳକ ବିଭାଗର ଫାଇନାଲ ଖେଳ ଅତି ସଂଘର୍ଷପୂର୍ଣ୍ଣ ଓ ଚିତ୍ତାକର୍ଷକ ହୋଇଥିଲା । ବଲାଙ୍ଗିର ଦଳର ଘନଘନ ଆକ୍ରମଣକୁ ବଙ୍ଗୋମୁଣ୍ଡା ଦଳ ପ୍ରତିହତ କରିଥିଲେ, କିନ୍ତୁ ବଲାଙ୍ଗିର ଦଳର ଜର୍ସି ନଂ- ୪, ଶିକ୍ଷ୍ୟାଧର ଓରାମଙ୍କ ଏକ ଆକର୍ଷଣୀୟ ଗୋଲ ଦ୍ଵାରା ବଲାଙ୍ଗିର ଦଳ ୧-୦ ଗୋଲରେ ବଙ୍ଗୋମୁଣ୍ଡାକୁ ପରାଜିତ କରି ଟୁର୍ଣ୍ଣାମେଣ୍ଟ ବିଜେତା ହୋଇଥିଲେ । ସେହିପରି ବାଳିକା ବିଭାଗରେ ସଇଁତଳା ଦଳ ୪-୦ ଗୋଲରେ ମୁରିବାହଲକୁ ପରାଜିତ କରି ଟୁର୍ଣ୍ଣାମେଣ୍ଟ ବିଜେତା ହୋଇଥିଲେ । ଦଳ ତରଫରୁ ଜର୍ସି ନଂ- ୧୨ ଦୋଳେଶ୍ଵରୀ ବୁଡେକ ଓ ଜର୍ସି ନଂ- ୮ ଲୀପଶା ମାଝି ଦୁଇଟି ଲେଖାଏଁ ଗୋଲ କରିଥିଲେ । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ରେ ଆକର୍ଷଣୀୟ ଖେଳ ପ୍ରଦର୍ଶନ ଓ ସର୍ବାଧିକ ୫ଟି ଲେଖାଏଁ ଗୋଲ କରିଥିବା ବାଳକ ବିଭାଗର ବଲାଙ୍ଗିର ଦଳର ଜର୍ସି ନଂ- ୧୧ ପ୍ରବୀଣ ଲାକ୍ରା ଓ ବାଳିକା ବିଭାଗରେ ସଇଁତଳା ଦଳର ଜର୍ସି ନଂ- ୧୨ ଦୋଳେଶ୍ଵରୀ ବୁଡେକଙ୍କୁ ଶ୍ରେଷ୍ଠ ଖେଳାଳି ଭାବରେ ସମ୍ମାନିତ କରଯାଇଥିଲା ।

ଆଜିର ଖେଳରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷା, ବଲାଙ୍ଗିର ଜିଲ୍ଲା ପରିଷଦ ଶ୍ରୀମତୀ ଦେବକୀ ସାହୁ ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ପୂର୍ବତନ ବିତ୍ତ ଓ ପ୍ରଶାସନିକ ଅଧିକାରୀ ସନାତନ ଠାକୁର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କେଶବ ମେହେର, ଶାରୀରିକ ଶିକ୍ଷା ନିରୀକ୍ଷକ, ଅନ୍ତର୍ଯ୍ୟାମି ବିଶ୍ଵାଳ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଉଭୟ ବିଭାଗର ବିଜେତା ବଲାଙ୍ଗିର ଓ ସଇଁତଳା ଦଳ ଓ ଉପବିଜେତା ବଙ୍ଗୋମୁଣ୍ଡା ଓ ମୁରିବାହଲ ଦଳକୁ ଅତିଥିଙ୍କ ଦ୍ଵାରା ସାର୍ଟିଫିକେଟ ଓ ଟ୍ରୋଫି ପ୍ରଦାନ କରଯାଇଥିଲା । ଇତିମଧ୍ୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଫୁଟବଲ ବଣ୍ଟନ କରାଯାଇଛି । ସରକାରଙ୍କ ଦ୍ଵାରା ସମସ୍ତ ବିଦ୍ୟାଳୟକୁ ଫୁଟବଲ ପ୍ରଦାନ କରଯାଇଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷ୍ୟକମାନେ ଖୁସି ହୋଇଥିଲେ । ଟୁର୍ଣ୍ଣାମେଣ୍ଟରେ ପି.ଆର ହାଇସ୍କୁଲ, ବଲାଙ୍ଗିରର ବ୍ୟାଣ୍ଡ ଦଳ ଓ ପି.ପି ଏକାଡେମୀ, ବଲାଙ୍ଗିରର ସ୍କାଉଟ ଦଳଙ୍କ ଉଲ୍ଲେଖନୀୟ ସହଯୋଗ ପାଇଁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଆଜିର ଖେଳକୁ ରାଜେନ୍ଦ୍ର ଧାରୁଆ, ସୁଦର୍ଶନ ସେଠ, ଦୋଳଗୋବିନ୍ଦ ମୁଣ୍ଡା, ଉପେନ୍ଦ୍ର ଚନ୍ଦନ, ସୁଶାନ୍ତ ନାଗ, ରାଜେନ୍ଦ୍ର ସେଠ, ଆଶୀଷ ଦେବ ସାହା ଓ ସସ୍ମିତ ରାନୀ ମିଶ୍ର ପରିଚାଳନା କରିଥିଲେ । ନରସିଂହ ସ୍ଵାମୀ ନାଇଡୂ ଓ ବୈକୁଣ୍ଠ ଜେନା ମୁଖ୍ୟ ଖେଳ ପରିଚାଳକ ଦାୟିତ୍ଵ ତୁଲାଇଥିଲେ ।

Leave A Reply

Your email address will not be published.

3 × 2 =