ରାତି ହେଲେ ଅନ୍ଧାରରେ ଦେଓଗାଁ ଏଟିଏମ୍ : ଲୋକେ ହଇରାଣ, ମୋବାଇଲ ଲାଇଟରେ ଟଙ୍କା ଉଠାଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଏଟିଏମ୍ ଛକରେ ଥିବା ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆର ଏଟିଏମ୍ କାଉଣ୍ଟର ଭିତରର ବଲ ଜଳୁ ନଥିବା ଅଭିଯୋଗ ହୋଇଛି । ଜାତୀୟ ରାଜପଥ କଡ଼ରେ ତଥା ବଲାଙ୍ଗିର ସଇଁତଳା ରାସ୍ତାରେ ଏହା ଏକମାତ୍ର ଏଟିଏମ୍ କାଉଣ୍ଟର ଥିବାରୁ ରାତିରେ ଏହି ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ଏଟିଏମ୍‌କୁ ପଇସା ଉଠାଣ କରିବାକୁ ଆସୁଥିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଫଳରେ ଲୋକେ ମୋବାଇଲ ଲାଇଟ୍ ଯୋଗେ ଟଙ୍କା ଉଠାଣ କରୁଥିବା ଅଭିଯୋଗ ହେଉଛି ।

Leave A Reply

Your email address will not be published.

12 − ten =