pakka

ହାଇସ୍କୁଲ ହଷ୍ଟେଲରୁ ମିଳିଲା କଙ୍କାଳ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡାରେ ଚାଞ୍ଚଲ୍ୟ । ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ କାର୍ଲାକୋଟ ସମଲେଶ୍ୱରୀ ହାଇସ୍କୁଲର ହଷ୍ଟେଲ ଭିତରୁ ଏକ କଙ୍କାଳ ଠାବ ହୋଇଛି । ଖବର ପାଇ ବୋଡେନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଗତକାଲି(ରବିବାର) ସନ୍ଧ୍ୟାରେ ସମଲେଶ୍ୱରୀ ହଷ୍ଟେଲ ପରିସରର ଏକ କଙ୍କାଳ ପଡିଥିବା କିଛି ଗ୍ରାମବାସୀ ଦେଖିଥିଲେ । ଏହାପରେ ଉକ୍ତ ଘଟଣା ବିଷୟରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଖବର ଦେବା ପରେ କର୍ତ୍ତୃପକ୍ଷ ବୋଡେନ ପୋଲିସକୁ ଖବର ଦେଇଥିଲେ । ଖବରପାଇ ବୋଡେନ ପୋଲିସ ଏବଂ ଖଡ଼ିଆଳ ଏସ୍‌ଡିପିଓଙ୍କ ଏକ ସ୍ୱତନ୍ତ୍ର ଟିମ୍‌ କରଲାକୋର୍ଟ ହୋଷ୍ଟେଲକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଲାଗିରହିଥିଲା । ତେବେ ଏହା ମନୁଷ୍ୟର ନୁହେଁ ବରଂ କୌଣସି ବନ୍ୟଜନ୍ତୁର କଙ୍କାଳ ହୋଇଥାଇ ପାରେ ବୋଲି ସୂଚନା ଦେଇଛନ୍ତି ଖଡିଆଳ ଏସ୍‌ଡସିପିଓ ସନ୍ତକ ଜେନା ।

jay balangir
Leave A Reply

Your email address will not be published.

15 − five =