pakka

ପଟ୍ଟନାୟକ ପରିବାର ପକ୍ଷରୁ ଅଷ୍ଟ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ନିବାସୀ ବିଜୟାନନ୍ଦ ପଟ୍ଟନାୟକ (ଲିଟୁ)ଙ୍କ ନିଜସ୍ୱ ଉଦ୍ୟମରେ ତାଙ୍କ ବାସଭବନଠାରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ନାମଯଜ୍ଞରେ କର୍ତ୍ତା ଭାବରେ ବିଜୟାନନ୍ଦ ପଟ୍ଟନାୟକ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଜୟସ୍ମିତା ମହାନ୍ତି ବସିଥିବା ବେଳେ ପଣ୍ଡିତ ତରଣୀସେନ ଦାସ, ପୂର୍ଣ୍ଣ ଦାସ ପୂଜାକାର୍ଯ୍ୟ ସମାପନ କରିଥିଲେ । ଅଷ୍ଟ ପ୍ରହରୀ ନାମଯଜ୍ଞରେ ଦୁଇଦିନ ବ୍ୟାପୀ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା । ପ୍ରଥମ ଦିବସରେ କଳସ ସ୍ଥାପନ ଓ ନାମ ଆରମ୍ଭ କରାଯାଇଥିଲା । ପୂର୍ଣ୍ଣାହୁତି ଦିବସରେ ନାମଯଜ୍ଞ ଉଦ୍‌ଯାପିତ ହୋଇ ଭକ୍ତମାନଙ୍କୁ ଅନ୍ନଛତ୍ର ଓ ଜଳଛତ୍ର ବ୍ୟବସ୍ଥା କରାଯାଇଥିଲା । ଏହି ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନରେ ପୁରେନା, ଜାମେସେଠ, ଛିନ୍ଦେଇକେଲା, ଡୁଡୁକିଝରିଆ, ବରତୁଣ୍ତା ଆଦି ଗ୍ରାମର ସଂକୀର୍ତ୍ତନ ଦଳ ଯୋଗଦାନ କରି ଅଷ୍ଟ ପ୍ରହରୀ ନାମଯଜ୍ଞ ସମାପନ କରିଥିଲେ । ନାମଯଜ୍ଞ ଉଦ୍‌ଯାପିତ ହେବା ପରେ ଏକ ବୈଠକି ସହିତ କଳସ ବିସର୍ଜନ କରାଯାଇଥିଲା । ବରତୁଣ୍ତା ପଟ୍ଟନାୟକ ପରିବାର ଓ ଗ୍ରାମବାସୀଙ୍କ ଦ୍ୱାରା ପରିଚାଳନା କରିଥିଲେ । ନାମଯଜ୍ଞ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା ।

jay balangir
Leave A Reply

Your email address will not be published.

five × two =