pakka

କାଲିଗାଡୁ ହିଲଟପ୍‌ର ମନୋରମ ଦୃଶ୍ୟକୁ କନ୍ଧମାଳ ଜିଲ୍ଲାପାଳ ପରିଦର୍ଶନ କଲେ

bbehera

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ସ୍ଥିତ ରାଜାଗାଡା ଜଳପ୍ରପାତ ପର୍ଯ୍ୟଟନ ସ୍ଥଳ ଭାବେ ମାନ୍ୟତା ଦେବାକୁ ଦାବୀ ଜୋର ହେଉଥିବାର ଏକ ବର୍ଷ ନ ପୁରୁଣୁ ଏହି ପଞ୍ଚାୟତ ସମିତି ଅନ୍ତର୍ଗତ ମାଲିକାପଡି ପଞ୍ଚାୟତ ସ୍ଥିତ ମୁକୁଲିଙ୍ଗିଆ ନିକଟରେ କାଲିଗାଡୁ ହିଲଟପ୍ ନାମକ ଆଉ ଏକ ପର୍ଯ୍ୟଟନ ସ୍ଥାନର ସନ୍ଧାନ ମିଳିଛି । ଏହି ସ୍ଥାନକୁ ଏବେ ପ୍ରତିଦିନ ଶହଶହ ଦର୍ଶକ ଆସି ଏଠିକାର ମନୋରମ ଦୃଶ୍ୟକୁ ଉପଭୋଗ କରିବା ସହ ନିଜ ନିଜ ମୋବାଇଲରେ ସେଲ୍‌ଫି ନେଉଥିବାର ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ଏହି ସ୍ଥାନ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଜୋର ଧରିବାରୁ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି କାଲିଗାଡୁ ହିଲଟପ ପରିଦର୍ଶନ କରିବା ସହ ମନୋରମ ଦୃଶ୍ୟକୁ ନିଜ ମୋବାଇଲରେ ଫୋଟ ଗୁଡିକୁ କଏଦ୍ କରିଥିବା ଦେଖିବାକୁ ମିଳିଛି । ସାଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଉପସ୍ଥିତ ଥିବା ବେଳେ ସେ ସ୍ଥାନ ସକାଶେ ଗମନାଗମନ ଓ ପାନୀୟ ଜଳର ବ୍ୟବସ୍ଥା ଅତିଶୀଘ୍ର କରାଯିବା ନେଇ ସୂଚନା ଦେଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

14 − six =

error: Content is protected !!