pakka

ଯୌତୁକ ଦାବୀ କରି ନିଶାଶକ୍ତ ସ୍ଵାମୀଙ୍କ ଉନ୍ମତ୍ତ କାଂଡ଼

bbehera

ତୁରେକେଲା, (କୌଳାସ ସଗ୍ରିଆ) : ଯୌତୁକ ଦାବୀ କରି ଜଣେ ନିଶାଶକ୍ତ ସ୍ଵାମୀଙ୍କ ଉନ୍ମତ୍ତ କାଂଡ଼ ଦେଖିବାକୁ ମିଳିଛି । ପୀଡ଼ିତା ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିବା କୁହାଯାଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲେମୁଡଗା ଗାଁର ମକରଧ୍ୱଜ ବାଗଙ୍କ କନ୍ୟା ପଦ୍ମିନୀ ବାଗଙ୍କୁ ପ୍ରାୟ ୨ ବର୍ଷ ତଳେ ବଙ୍ଗୋମୁଣ୍ଡା ହରିଜନପଡା ନୀବାସୀ ଠାକୁର ତାଣ୍ଡିଙ୍କ ପୁଅ ଡୋଲାମଣି ତାଣ୍ଡିଙ୍କୁ ବିବାହ କରିଥିଲେ । ସେତେବେଳେ ମୁଁ ଏବେ ବାହା କରାଇବାକୁ ଆର୍ଥିକ ଭାବେ ସକ୍ଷମ ନୁହେଁ ବୋଲି କନ୍ୟାପିତା କହିବାରୁ ଡୋଲାମଣି ‘ମତେ କୌଣସି ଯୌତୁକ ଦରକାର ନାହିଁ, ମତେ ଆପଣଙ୍କ ଝିଅ ଦରକାର’ ବୋଲି କହି ପଦ୍ମିନୀଙ୍କୁ ବିବାହ କରିଥିଲେ । ପଦ୍ମିନୀଙ୍କ କହିବା ଅନୁସାରେ ତାଙ୍କ କୋଳରେ ଏବେ ୯ ମାସର ଶିଶୁକନ୍ୟା ରହିଥିଲେ ବି ପ୍ରାୟ ବର୍ଷେ ହେବ ସ୍ଵାମୀ ଡୋଲାମଣି ଯୌତୁକ ଦାବୀ କରି ପଦ୍ମିନୀଙ୍କୁ ଲଗାତାର ଗାଳି ଗୁଲଜ, ମାଡ଼ପିଟ କରିଆସୁଥିଲେ । ପଡୋଶୀମାନେ ଡୋଲାମଣିଙ୍କୁ ମନା କଲେ ସୁଦ୍ଧା ସେ କାହାକୁ ଖାତିର ନକରି ପଦ୍ମିନୀଙ୍କୁ ଶାରିରୀକ ତଥା ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଶେଷରେ ଗତ ଶନିବାର ସନ୍ଧ୍ୟା ପ୍ରାୟ ଛଅ ଘଂଟା ସମୟରେ ନିଶାଶକ୍ତ ସ୍ଵାମୀ ଡୋଲାମଣୀ ନିଜ ସ୍ତ୍ରୀ ପଦ୍ମିନୀଙ୍କୁ ଅମାନୁଷିକ ଭାବେ ଛୁରିରେ ଆକ୍ରମଣ କରିଥିବା ବେଳେ ପଦ୍ମିନୀଙ୍କ ଆଖି ପାଖ ଓ କପାଳରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ମଦ୍ୟପ ସ୍ୱାମୀଙ୍କ ଏଭଳି ନୃଶଂସ ଆଚରଣ ଦେଖି ପଡୋଶୀ ଲୋକେ ପଦ୍ମିନୀଙ୍କୁ ଉଦ୍ଧାର କରିଥିବାରୁ ତାଙ୍କ ପ୍ରାଣ ବଞ୍ଚିଗଲା ବୋଲି ପଦ୍ମିନୀ କହିଛନ୍ତି । ପଦ୍ମିନୀଙ୍କ ମାତାପିତା ଖବର ପାଇ ଲହୁଲୁହାଣ ଝିଅକୁ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଇ ରବିବାର ଦିନ ବଙ୍ଗୋମୁଣ୍ଡା ଥାନାରେ ଏତଲା ଦେଇଥିଲେ । ଏନେଇ ଥାନାଧିକାରୀ ପ୍ରଣୟ ମୁର୍ମୁ କେସ୍ ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି । ବର୍ତ୍ତମାନ ପଦ୍ମିନୀ ନିଜର ଶିଶୁ କନ୍ୟା ସହ ତାଙ୍କ ବାପଘରେ ଆଶ୍ରୟ ନେଇଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

1 + ten =