pakka

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌)ର ଚଳିତ ବର୍ଷର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଚେନ୍ନାଇ ସୁପର କିଙ୍ଗସ

bbehera

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌)ର ଚଳିତ ବର୍ଷର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଚେନ୍ନାଇ ସୁପର କିଙ୍ଗସ (ସିଏସକେ) । ପ୍ରତିପକ୍ଷ ଗୁଜୁରାଟ ଟାଇଟନ୍ସକୁ ଡକ ୱର୍ଥ ଲୁଇସ୍ (ଡିଏଲଏସ) ନିୟମ ଅନୁସାରେ ୫ ୱିକେଟ୍‌ରେ ହରାଇ ପୁଣି ଥରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜର କମାଲ ଦେଖାଇଛନ୍ତି । ଗତ ୨୮ ତାରିଖରେ ଫାଇନାଲ ମ୍ୟାଚ୍‌ ହେବା ନେଇ ନିର୍ଦ୍ଧାରିତ ହୋଇଥିଲେ ହେଁ ବର୍ଷା ପାଇଁ ତାହା ୨୯ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା ।

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ଗୁଜୁରାଟ ୪ ୱିକେଟ୍‌ରେ ୨୧୪ ରନ୍ ସଂଗ୍ରହ କରିଥିଲା । ଜବାବରେ ୧୫ ଓଭରରେ ୫ ୱିକେଟ୍‌ ହରାଇ ଚେନ୍ନାଇ ୧୭୧ ରନ୍‌ର ଟାର୍ଗେଟକୁ ହାସଲ କରିନେଇଥିଲା । ଏଥିସହ ଚେନ୍ନାଇ ୫ମ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଥିଲା ।

Leave A Reply

Your email address will not be published.

two + 11 =