pakka

ସାମାନ୍ୟ ବଚସାରୁ ଆକ୍ରମଣ, ୨ ଆହତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କନ୍ଧପାଲିପଡ଼ା ସ୍କୁଲ ସାମ୍ନାରେ ଗତକାଲି ରାତି ପ୍ରାୟ ୯ଟା ସମୟରେ ସାମାନ୍ୟ ବଚସାରୁ ଜଣେ ଯୁବକ ଆକ୍ରମଣ କରିଥିବା ବେଳେ ଏଥିରେ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ ଆକାଶ ବଗର୍ତ୍ତି ସ୍କୁଲ ସାମ୍ନାରେ ଲାଗିଥିବା ମୁଢ଼ି ଠେଲାରେ ମୁଢ଼ି ଖାଉଥିବା ବେଳେ ଜଗ ନାମକ ଜଣେ ଯୁବକ ତାଙ୍କ ସହ ଯୁକ୍ତିତର୍କ କରି ଆକସ୍ମିକ ଭାବେ ଛୁରିରେ ତାଙ୍କୁ ଆକ୍ରମଣ କରିଥିଲେ । ଏଥିରେ ତାଙ୍କ ହାତରେ କ୍ଷତ ହୋଇଥିବା ଦେଖିବାକୁ ମିଳିଛି । ଏତିକି ବେଳେ ଆକାଶଙ୍କ ମାମୁଁ ସୁମନ୍ତ କାଲସାଏ ‘କାହିଁକି ମୋ’ ଭଣଜାଙ୍କୁ ଆକ୍ରମଣ କରୁଛୁ’ ବୋଲି କହିବାରୁ ତାଙ୍କୁ ମଧ୍ୟ ସଂପୃକ୍ତ ଯୁବକ ଆକ୍ରମଣ କରିଥିବା ବେଳେ ତାଙ୍କ ବେକରେ ଛୁରି ବାଜିଥିବା ଦେଖିବାକୁ ମିଳିଛି । ତେବେ ଏ ସଂକ୍ରାନ୍ତରେ ବଲାଙ୍ଗିର ଟାଉନ ଥାନାରେ ପୀଡ଼ିତମାନେ ଅଭିଯୋଗ କରିବା ପରେ ଟାଉନ ପୋଲିସ ଆହତ ଦୁଇ ଜଣଙ୍କୁ ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌କୁ ଚିକିତ୍ସା ପାଇଁ ନେଇଥିବା ବେଳେ ଆହତ ସମୁନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ରେଫର୍‌ କରାଯାଇଛି । ଘଟଣାର ତନାଘନା ତଦନ୍ତ ଆରମ୍ଭ କରିଛି ବଲାଙ୍ଗିର ଟାଉନ ପୁଲିସ ।

jay balangir
Leave A Reply

Your email address will not be published.

19 + 11 =