ଗଞ୍ଜାମ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସବଡିଭିଜନ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସ୍‌ପିଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦିବ୍ୟାଙ୍ଗମାନଙ୍କ ଶୁଣାଣି ଓ ପରେ ସାଧାରଣ ଜନତାଙ୍କ ଜନ ଅଭିଯୋଗ ଶୁଣାଣି ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୧୨୮ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଜିଲ୍ଲାପାଳ ତ୍ୱରିତ ୩୯ ଗୋଟି ଅଭିଯୋଗର ସମାଧାନ କରିଥିଲେ । ଏହି ଅଭିଯାଗ ଶୁଣାଣିରେ ଜିଲ୍ଲାପାଳ ୨୫ ଜଣଙ୍କୁ ବିଧବା ଭତ୍ତା ଓ ବାର୍ଦ୍ଧ୍ୟକ ଭତ୍ତା ପ୍ରଦାନ କରିଥିଲେ ଓ ଏହା ସହିତ ଜିଲ୍ଲାପାଳ ୨ ଜଣକୁ ହୁଇଲ୍‌ ଚେୟାର, ୮ ଜଣଙ୍କୁ ତିନି ଚକିଆ ସାଇକେଲ ଏବଂ ଜଣଙ୍କୁ ଅନ୍ଧବାଡି ପ୍ରଦାନ କରିଥିଲେ । ରେଡକ୍ରସ୍‌ ପାଣ୍ଠିରୁ ୩ ଜଣଙ୍କୁ ତିନି ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ଗ୍ରହଣ କରିଥିବା ଆବେଦନଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣି ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ, ଭଞ୍ଜନଗର ଜଗନାଥ ପ୍ରସାଦ ବିଡ଼ିଓ ଅନୁପ ପଣ୍ଡା, ଏସ୍‌ଡ଼ିପିଓ ଭଞ୍ଜନଗର ଶ୍ୱିଶ୍ୱାମିତ୍ର ହରପାଲ, ଉପଖଣ୍ଡ ସ୍ୱାସ୍ଥ୍ୟାଧିକାରୀ ଡାକ୍ତର ସୀତାଂଶୁ କୁମାର ଶତପଥୀ, ଜିଲ୍ଲା, ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାଶ, ଉତ୍ତର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ଅତିରିକ୍ତ ତହସିଲଦାର ଜଗନାଥ ପ୍ରସାଦ, ସାମାଜିକ ସୁରକ୍ଷା ଅଧିକାରୀ ଏ,ସି ଓ,ଶବର, ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଭଞ୍ଜନଗର ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

16 + nine =

error: Content is protected !!