csstore

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଯନ୍ତ୍ରୀ ଅଧିକାରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବଡ଼ବନ୍ଧର କାର୍ଯ୍ୟ ଅନୁମୋଦନ ନିମନ୍ତେ ବ୍ରହ୍ମପୁର ଏମ୍‌ଆଇ ଡିଭିଜନର ଯନ୍ତ୍ରୀ, ଅଧିକାରୀ ପ୍ରମୁଖ ଲାଞ୍ଚ କାରବାର ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଖବର ନେବାରେ ଜଣାପଡ଼ିଛି ଯେ, କୁକୁଡ଼ାଖଣ୍ଡି ବଡବନ୍ଧ କାର୍ଯ୍ୟର ଚୁକ୍ତିନାମାପତ୍ର ପ୍ରଦାନ କରିବା ନିମନ୍ତେ ୨୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଇନର ଇରିଗେସନର ତଥା କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଢ଼ୀ, ଯନ୍ତ୍ରୀ ଏସଟିମେଟର ଧୀରେନ୍ଦ୍ର କୁମାର ପଣ୍ଡା ଏବଂ ଖଲାସି ଅଜୟ କୁମାର ପାତ୍ର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସେମାନେ ଅଫିସରେ ୧୦ ହଜାର ଟଙ୍କା ମାଗିଥିଲେ, ଟଙ୍କା ନେବା ବେଳେ ଧରାପଡିବା ସାଂଗକୁ ତାଙ୍କର ଫୋନ-ପେ ମାଧ୍ୟମରେ ୧୪ ହଜାର ଟଙ୍କା ପୂର୍ବରୁ ମାଗି ନେଇଥିଲେ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି ।

jayashree
Leave A Reply

Your email address will not be published.