pakka

ସିଆରପିଏଫ ୬୪ ବାଟାଲିୟନ ଉର୍ଲାଦାନୀ କ୍ୟାମ୍ପ ତରଫରୁ କମ୍ବଳ ବଣ୍ଟନ

bbehera

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଆଦିବାସୀ ଅଦ୍ୟୁସିତ ଦୁର୍ଗମ ଅଞ୍ଚଳ ଉର୍ଲାଦାନୀର ସିଆର୍‌ପିଏଫ୍‌ କ୍ୟାମ୍ପଠାରେ ଆଜି କମାନଡେଣ୍ଟ ପଙ୍କଜ ଚୌଧୁରୀଙ୍କ ନେତୃତ୍ୱରେ କମ୍ବଳ ବଣ୍ଟନ କରାଯାଇଥିଲା । ଅଞ୍ଚଳରେ ଅତ୍ୟଧିକ ଥଣ୍ଡାକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟକ୍ରମ କରାଯାଇଥିଲା । ଉର୍ଲାଦାନୀ ଅଞ୍ଚଳର ଶତାଧିକ ଆଦିବାସୀ ପୁରୁଷ ମହିଳା ଆସି ଉପସ୍ଥିତ ଥିଲେ । ତାଙ୍କର ପାରମ୍ପରିକ ଆଦିବାସୀ ନୃତ୍ୟ କୁଇ ଗୀତର ତାଳେ ତାଳେ ନାଚିଥିଲେ ଆଦିବାସୀ ମାନେ ଏବଂ ଏହାପରେ କମ୍ବଳ ବଣ୍ଟନ ହୋଇଥିଲା । ୬୪ ବାଟାଲିୟନର ଏଆଇସି ଜି ନବୀ ମେକ୍ସ ଲାଇଟ ଇନ୍ସୁରାନ୍ସର ରାହୁଲ ଯାଦବ, ଅନୁରାଗ ପାଳ, ମୁକୁଲ କୁମାରଙ୍କ ସହ ସ୍ଥାନୀୟ ସରପଞ୍ଚ ସୁପ୍ରିୟା ମାଝୀ, ମ.ରାମପୁର ଥାନା ଆଇଆଇସି ସଚିନ୍ଦ୍ର ପ୍ରଧାନ ଏବଂ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ, ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

7 − two =