pakka

୩୫ତମ ସାର୍ବଜନୀନ କାଳୀପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହନୁମାନପଡାଠାରେ ଅନୁଷ୍ଠିତ ୩୫ତମ ସାର୍ବଜନୀନ କାଳୀପୂଜା ପାଇଁ ଗୁରୁବାର ଅପରାହ୍ନରେ କଳସ ଯାତ୍ରା ସହ ଖଣ୍ଡଧୁଆ ପର୍ବ ଅନୁଷ୍ଠିତ ହୋଇଯାଇଛି । ନିରାଡ଼ମ୍ବର ଭାବେ ହନୁମାନପଡା କାଳୀ ମଣ୍ଡପରୁ ଶୋଭାଯାତ୍ରା ବାହାରିଥିଲା ଏବଂ ସ୍ଥାନୀୟ କଣ୍ଟା ବନ୍ଧରୁ ପବିତ୍ର ଜଳ ଆଣି ପୂଜାସ୍ଥଳରେ ସ୍ଥାପନା କରାଯାଇଥିଲା । ଏହାପରେ ମା’ କାଳୀଙ୍କୁ ଚକ୍ଷୁ ଦାନ କରାଯାଇଥିଲା । ପୂଜା କମିଟିର ସଭାପତି ଅଜିତ କୁମାର ଶତପଥୀଙ୍କ ତତ୍ୱାବଧାନରେ ସମସ୍ତ କରୋନା ନିୟମ ଅନୁଯାୟୀ ପୂଜାକାର୍ଯ୍ୟ ଚାଲିଥିବା ବେଳେ ରବିବାର ଦିନ ପୂର୍ଣ୍ଣାହୁତି ତଥା ବିସର୍ଜନ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । ଚଳିତ ବର୍ଷ ପ୍ରଶାନ୍ତ ପଟ୍ଟନାୟକ ସପତ୍ନୀକ ଲକ୍ଷ୍ମୀପ୍ରିୟା ପଟ୍ଟନାୟକ କର୍ତ୍ତା ଦାୟିତ୍ୱ ତୁଲାଉ ଥିବା ବେଳେ ପଣ୍ଡିତ ଅତ୍ରାହୀ ଭଞ୍ଜନ ପାଣିଗ୍ରାହୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ ।

jay balangir
Leave A Reply

Your email address will not be published.

one × 4 =

error: Content is protected !!