pakka

କୋମାରେ ବ୍ଲକ୍ ‘ମୋ ସରକାର କକ୍ଷ’ ଖୋଲୁନି ତାଲା : ଫେରୁଛନ୍ତି ଗ୍ରାମାଞ୍ଚଳରୁ ଆସୁଥିବା ଅଭିଯୋଗକାରୀ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଶାସନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ପ୍ରତି ବ୍ଲକରେ ମୋ ସରକାର କକ୍ଷ ଆରମ୍ଭ କରିଛନ୍ତି । କିନ୍ତୁ ଦେଓଗାଁ ବ୍ଲକ କାର୍ଯ୍ୟାଳୟ ଭିତରେ ଥିବା ମୋ ସରକାର କକ୍ଷ ଗତ ଲକଡାଉନ ସମୟରୁ ବନ୍ଦ ହୋଇ ପଡିରହିଛି । କେବେ ଖୋଲିବ ତାଲା ଓ ଲୋକେ ଅଭିଯୋଗ କରି ନ୍ୟାୟ ପାଇବେ ତାର ବାଟକୁ ଅନାଇ ବସିଛନ୍ତି । ଦୁଇ ଦିନ ତଳେ ଦେଓଗାଁ ବ୍ଳକ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଆସିଥିଲେ ସାରସମାଲ ଗାଁର ଆଶା ଭୋଇ । ବର୍ଷେ ତଳେ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହେବାରୁ ସେ ବିଧବା ଭତ୍ତା ପାଇଁ ବାରମ୍ବାର ଦରଖାସ୍ତ ଦେଇଛନ୍ତି ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ । ହେଲେ ଆଜି ଯାଏ ଭତ୍ତା ପାଇନାହାନ୍ତି । ସେହିପରି କୁତୁର୍ଲା ପଞ୍ଚାୟତ ମୁରସିଂହ ଗାଁର ଅହଲ୍ୟା ଭୋଇ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦରଖାସ୍ତ ଦେଇଛନ୍ତି । କିନ୍ତୁ ପାଇନାହାନ୍ତି । ଯାହାଫଳରେ ଏହି ଦୁଇଜଣ ମହିଳା ବିଡ଼ିଓ ନିକଟକୁ ଅଭିଯୋଗ କରିବାକୁ ଆସିଥିଲେ । ବ୍ଲକର ଜଣେ କର୍ମଚାରୀ ମୋ ସରକାର କକ୍ଷରେ ଅଭିଯୋଗ ପତ୍ର ଦେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ମୋ ସରକାର କକ୍ଷରେ ତାଲା ଝୁଲୁଥିବାରୁ ଦୀର୍ଘ ସମୟ ଅଫିସ ଆଗରେ ବସି ରହି ଖାଲି ହାତରେ ଫେରିଥିଲେ ମହିଳାମାନେ । ଖାଲି ଏହି ଦୁଇଜଣ ନୁହନ୍ତି ପ୍ରତି ଦିନ ବିଭିନ୍ନ ଅଭିଯୋଗ କରିବାକୁ ଆସୁଥିବା ଲୋକମାନେ ବିଭାଗୀୟ ଅଧିକାରୀଙ୍କୁ ନ ପାଇ ଫେରି ଯାଉଥିବା ଜଣାପଡିଛି । ଏଣୁ ଦେଓଗାଁ ବ୍ଲକ ଭିତରେ ଥିବା ମୋ ସରକାର କକ୍ଷକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

3 × 4 =