pakka

ବାରିକ ସମାଜ କଲ୍ଯାଣ ମଣ୍ତପ ପଦ୍ମପୁର ଠାରେ ସେଲୁନ ଦୋକାନୀ ସଂଘର ବୈଠକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ):
ବରଗଡ଼ ଜିଲ୍ଲା ପଦ୍ମପୁର ବାରିକ ସମାଜ କଲ୍ଯାଣ ମଣ୍ତପ ଠାରେ ପଦ୍ମପୁର ସେଲୁନ ଦୋକାନୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଆରମ୍ଭରୁ ବଲାଙ୍ଗିରର ସ୍ବର୍ଗତ ନେତ୍ରାନନ୍ଦ ବାରିକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରାର୍ଥନା କରାଯାଇଥିଲା । ସ୍ବର୍ଗତ ଶ୍ରୀ ବାରିକ ଜଣେ କବି ଗୀତିକାର କାଷ୍ଠ କଳାକାର ନାଟକ ଧାରାବାହିକ କଳାକାର ଥିଲେ । ତାପରେ ସେଲୁନ ଦୋକାନୀ ସଂଘର ସଭାପତିଙ୍କ ସଭାପତିତ୍ବରେ ସଭାଟି ଆରମ୍ଭ କରାଯାଇଥିଲା । ମୁଖ୍ୟତଃ ଅର୍ଦ୍ଧ ନିର୍ମିତ ହୋଇ ପଡି ରହିଥିବା ବାରିକ ସମାଜ କଲ୍ଯାଣ ମଣ୍ତପ କିପରି ଭାବରେ ସମ୍ପୂର୍ଣ୍ଣ ହେବ ଓ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ବାରିକ ସମାଜର ଉଦଯୋଗୀ ବ୍ଯକ୍ତିଙ୍କ ପାଇଁ ଏହି କଲ୍ୟାଣ ମଣ୍ଡପ ହୋଇ ପାରିଛି ଓ ବାରିକ ସମାଜର ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ ଅଛି । ଅନୁଦାନ କରାଇବାରେ ସ୍ଥାନୀୟ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ସହଯୋଗ ଅଛି ଓ ଶ୍ରୀ ବରିହା ବାରିକ ସମାଜକୁ ଉତ୍ସାହିତ କରିଛନ୍ତି ।

Leave A Reply

Your email address will not be published.

two × 1 =