pakka

ବରଗଡ଼ ଜିଲ୍ଲାରେ ବୀରତା ଦିବସ ପାଳିତ

bbehera

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ସହୀଦ ମାଧୋ ସିଂ ଓ ତାଙ୍କ ପରିବାରଙ୍କ ସ୍ବାଧୀନତା ସଂଗ୍ରାମରେ ବଳିଦାନ ସ୍ମୃତିରେ ବୀରତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ହଲଦୀପାଲି ଛକ ସ୍ଥିତ ବୀର ସ୍ମୃତି ସ୍ତମ୍ଭ ଠାରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ, ଜିଲ୍ଲା ଏସପି ପଦ୍ମିନୀ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ସ୍ମୃତି ଚାରଣ କରିଥିଲେ । ସେହିପରି ଆମ ଆଦମୀ ପାର୍ଟି ପକ୍ଷରୁ ମଧ୍ୟ ବୀର ସ୍ତମ୍ଭ ଠାରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଜିଲ୍ଲା ଆବାହକ ଭବାନୀ ସାହୁ, ଅମିତାଭ ପାତ୍ର, ମରିୟମ ବାର୍ଲା ପ୍ରମୁଖ ଉପସ୍ଥିତ ଥିଲେ । ଘେଁସ ଠାରେ ମଧ୍ୟ ଏକ ସ୍ମୃତି ସଭା ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.

2 + 10 =