ୟୁଟ୍ୟୁବ ଚ୍ୟାନେଲ ‘କାଇଁଚ’ ଶୁଭ ଉଦ୍‌ଘାଟନ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜିକାଲି ହେଉଛି ସୋସିଆଲ ମିଡିଆର ଦୁନିଆଁ । ଏବେ ଚାଲିଛି ୟୁଟ୍ୟୁବର ଟ୍ରେଣ୍ଡ ଏହି ମାଧ୍ୟମରେ ଗୀତ, ସାହିତ୍ୟ, ମନୋରଂଜନ, ବିଜ୍ଞାନ, ଭଳି ଅନେକ ବିଷୟରେ ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି ୟୁଟ୍ୟୁବର୍ ମାନେ ତାଙ୍କ ମାଧ୍ୟମରେ କେହି କେହି ସଚେତନତା କରୁଛନ୍ତି ତ ଆଉ କେହି ଦୁଃଖରେ ଥିବା ଲୋକ ମାନଙ୍କୁ ହସର ଖୋରାକ ଯୋଗାଉଛନ୍ତି । ଏମିତି କଲା ସାହିତ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ୟୁଟ୍ୟୁବ ଜଗତକୁ ଆସିଛି ଦୀର୍ଘ ବର୍ଷ ହେଲା ଶିଶୁ ସାହିତ୍ୟ କ୍ଷେତ୍ରରେ କାମ କରୁଥିବା ସାହିତ୍ୟ ଅନୁଷ୍ଠାନ କାଇଁଚ । ସୋମବାର ସଂଧ୍ୟାରେ ୟୁଟ୍ୟୁବ ଚ୍ୟାନେଲ ‘କାଇଁଚ’ର ଶୁଭ ଉଦଘାଟନ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ଟିକି କାଇଁଚ ଏବଂ ତହଁକ ସାହିତ୍ୟ ପରିବାର ପକ୍ଷରୁ ଡିଜିଟାଲ ମାଧ୍ୟମରେ କଳା, ସାହିତ୍ୟର ପ୍ରଚାର ପ୍ରସାର ପାଇଁ ପ୍ରୟାସ କରାଯାଉଛି । ଏଭି ଶୁଭ ଉଦଘାଟନ ସମାରୋହ କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଆୟୋଜିତ ହୋଇଥିଲା । ଚ୍ୟାନେଲ ମୁଖ୍ୟ ଗୋପୀନାଥ ଦଣ୍ଡସେନା ସ୍ୱାଗତ ସଂଭାଷଣ ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଏବଂ କଳେବର ବିଷୟରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ କବି ମୀନକେତନ ବାରଲେବଡିଆ ଯୋଗଦେଇ ଚ୍ୟାନେଲର ଲୋଗୋ ଉନ୍ମୋଚନ ସହ ଚ୍ୟାନେଲର ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ କବି ସଞ୍ଜୀବ ଭୋଇ, ଅର୍ଜୁନ କୁମାର୍ ସାହୁ, ଘନଶ୍ୟାମ ମେହେର, ବଂଶୀଧର ମାଝୀ, ଏସଏଲଭି ମିଡିଆ ମୁଖ୍ୟ ସୋମନାଥ ନାଏକ, କବି ନେପାଲ ଚନ୍ଦ୍ର ବାଗ ଓ ରାଜେଶ ଦଣ୍ଡସେନା ପ୍ରମୁଖ ଯୋଗଦେଇଥିଲେ । ଅର୍ଜୁନ ସାହୁ ସ୍ୱାଗତ ସଂଗୀତ ଗାନ କରିଥିଲେ ବଂଶୀଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

1 × five =