ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ହେଲା

ନୂଆଦିଲ୍ଲୀ : ବାତିଲ ହେଲା ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ୍‌ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈ ଠକରେ ସିବିଏସ୍ଇର ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ଏହି ବଡ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଉଛି । ତେଣୁ ଏ ଦିଗରେ କୌଣସି ସାଲିସ୍ କରାଯିବନାହିଁ । କରୋନା ମହାମାରୀ ଭଳି ସଙ୍କଟ ଜନକ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ । ଏହି ନିଷ୍ପତ୍ତି ସହ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ଲାଗି ରହିଥିବା ଦ୍ୱନ୍ଦରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏହାସହ ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ହେବେ, କୋଭିଡ ସ୍ଥିତି ସୁଧୁରିଲେ ସେମାନଙ୍କୁ ପରୀକ୍ଷା ପାଇଁ ସୁଯୋଗ ଦିଆଯିବ । ପୂର୍ବରୁ ସିବିଏସ୍‌ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୪ରୁ ଜୁନ୍‌ ୭ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ମେ’ ୪ରୁ ଜୁନ ୧୫ ମଧ୍ୟରେ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ କରୋନାର ଦ୍ୱିତୀୟ ଲହରୀ ପାଇଁ ଉଭୟ ପରୀକ୍ଷାକୁ ବାତିଲ କରାଯାଇଛି ।

Leave A Reply

Your email address will not be published.

two × four =