csstore

ଗଞ୍ଜେଇ ଚୋରା ଚାଲାଣ ବେଳେ ବାଇକ୍ ସହ ଗଞ୍ଜେଇ ଜବତ, ଦୁଇ ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ଅବାଧରେ ଚାଲିଥିବା ସଙ୍ଗେ ସଙ୍ଗେ ବହୁ ଅପରାଧ ବଢ଼ିବାରେ ଲାଗିଥିଲା । ଏବେ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ଓ ନୂତନ ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କ ଯୋଗଦେବା ପରେ କିଛି ନିଶା ବେପାରୀଙ୍କୁ ଧରିବା ପାଇଁ ସକ୍ଷମ ହେଉଛନ୍ତି । ସୂଚନାଯୋଗ୍ୟ ଯେ ଆଜି ସକାଳ ୧୧ ଟାରେ ପାଟଣାଗଡ଼ ଓ ବଲାଙ୍ଗିର ମୁଖ୍ୟ ରାସ୍ତାର ଭଇଁଷା ଓ ସରମୁହାଣ ମଝିରେ ପାଟଣାଗଡ଼ ବ୍ଳକ ନେହେନାବନ୍ଦର ପାଣ୍ଡବ ବାଗ ଓ କେରବେଡାର ଗୋବିନ୍ଦ କୁମ୍ଭାର ନାମକ ଦୁଇ ଜଣ ବ୍ୟକ୍ତି ଏକ ବାଜାଜ୍ ଡିସ୍କୋଭର ବାଇକରେ ଗଞେଇ ଆଣୁଥିବା ବେଳେ କୌଣସି ସୂତ୍ରରୁ ପାଟଣାଗଡ଼ ପୋଲିସ ଖବର ପାଇ ସେମାନଙ୍କୁ ଆୟତ୍ତ କରି ତାଙ୍କ ପାଖରୁ ସାଢେ଼ ଆଠ କିଲୋ ଗଞ୍ଜେଇ ସହ ଏକ ବାଇକ୍ ନମ୍ବର.ଓଆର୍‌୧୭ଏଚ୍‌୫୪୮୧ ଜବତ କରି ଥାନାରେ ଅଟକ ରଖିଛନ୍ତି । ମାମଲା ରୁଜୁ କରି ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.