ବଙ୍ଗୋମୁଣ୍ଡାରେ କାଳବୈଶାଖୀର ତାଣ୍ଡବ : ବିଜୁଳି ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ବିଧାୟକ ସନ୍ତୋଷ ସିଂ ସାଲୁଜା ଆଜି ପୁଣି ବଙ୍ଗୋମୁଣ୍ଡା ଗସ୍ତରେ

କଂଟାବାଂଜି, (ମନୀଶ କୁମାର ହଂସ) : ଗତକାଲି ଅପରାହ୍ନରେ ବଙ୍ଗୋମୁଣ୍ଡ ଅଂଚଳରେ କାଳବୈଶାଖୀ ତାଣ୍ଡବ ରଚିଥିବା ବେଳେ କୁଆ ପଥର ମାଡ଼ ସାଂଗକୁ ବହୁତ ଜୋର୍‌ରେ ପବନ ହେବାରୁ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ବିରାଟ ବିରାଟ ଗଛଗୁଡ଼ିକ ଭାଂଗି ରାସ୍ତା ଅବରୋଧ ହୋଇଥିବା ବେଳେ କାହାର ଘରର ଛପର ଉଡ଼ିଯାଇଥିଲା ତ’ କାହା ଘର ଉପରେ ଗଛ ପଡ଼ି ଯାଇଥିଲା । ପୁଣି ବିଦ୍ୟୁତ ଖୁଂଟଗୁଡ଼ିକ ଉପୁଡ଼ି ଯାଇ ତାର ସବୁ ଛିଂଡ଼ି ଯାଇଥିବା ଫଳରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇ ପଡ଼ିଥିଲା । ତୁରନ୍ତ କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବଙ୍ଗୋମୁଣ୍ଡ ଅଂଚଳରେ ପହଂଚି ଅବସ୍ଥା ସ୍ୱଭାବିକ କରିବାକୁ ଆପ୍ରାଣ ଚେଷ୍ଟା କରିଥିଲେ । ଆଜି ପୁଣି ବିଜୁଳି ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ବିଧାୟକ ଶ୍ରୀ ସାଲୁଜା ବଙ୍ଗୋମୁଣ୍ଡରେ ପହଂଚିଥିବା ଦେଖିବାକୁ ମିଳିଛି । ବିଦ୍ୟୁତ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଂକ ସହ ମିଶି ତୁରନ୍ତ ଅଂଚଳରେ ବିଜୁଳି ସଂଯୋଗ ପାଇଁ ସେ ତନାଘନା ଚେଷ୍ଟା ଜାରି ରଖିଛନ୍ତି । ବିଧାୟକଙ୍କ ଏଭଳି ଜନାଭିମୁଖୀ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

5 × 1 =