ରାଜଧାନୀରେ ବିଭିନ୍ନ ଧର୍ମାନୁଷ୍ଠାନର ଧର୍ମଯାଜକ ମାନଙ୍କୁ ରାଶନ ସାମଗ୍ରୀ ବଣ୍ଟନ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜଧାନୀ ଭୁବନେଶ୍ୱରରେ ବ୍ରାହ୍ମଣ ଓ ମୌଲାନାଙ୍କୁ ଅଥବା ହିନ୍ଦୁ ଓ ମୁସ୍‌ଲିମ ଧର୍ମର ଧର୍ମଯାଜକ, ସେବାୟତ ମାନଙ୍କୁ ଶୁଖିଲା ଖାଦ୍ୟ ସହ ରାସନ୍ ସାମଗ୍ରୀ ବଣ୍ଟନ କରାଯାଇଛି । କରୋନା ଦ୍ୱିତୀୟ ଲହରରେ ପୁଣି ଯେତେବେଳେ ସାରା ରାଜ୍ୟ କବଳିତ । ଏଭଳି ଏକ ଘଡିସନ୍ଧି ସମୟରେ ପୁଣି ସହଯୋଗର ହାତ ବଢ଼ାଇଛି ଜଜବା ଅନୁଷ୍ଠାନ । ଏହି ପ୍ରସଂଶନୀୟ ବିଷୟ ଯାହା ପ୍ରକୃତ ହିତାଧିକାରୀ ମାନେ ବେଶ ହୃଦୟଙ୍ଗମ କରି ଉକ୍ତ ଅନୁଷ୍ଠାନକୁ ସାଧୁବାଦ ଜଣାଇଛନ୍ତି । ରାଜ୍ୟରେ ବିଭିନ୍ନ ମନ୍ଦିରର ପୂଜକ ଓ ମସଜିଦର ମୌଲୁବି ମାନେ ଅଥବା ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକର ଧର୍ମଯାଜକ ମାନେ ବି ବହୁ ଦୁଃଖ ଯାତନାରେ ଜୀବନ କାଟୁଛନ୍ତି । ଏହି ସମୟରେ ଏମାନଙ୍କ ଦୁଃଖକୁ ହୃଦୟଙ୍ଗମ କରି ସହଯୋଗ ର ହାତ ବଢ଼ାଇଛି “ଜଜବା” ଅନୁଷ୍ଠାନ । ଏ ନେଇ ଆଜି ରାଜଧାନୀ ଭୁବନେଶ୍ୱର ସ୍ଥିତ ପଟିଆ ଠାରେ ‘ଜଜବା’ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠାନର ଅଧ୍ୟକ୍ଷ ସଫଦର ହାଶୀମଙ୍କ ନେତୃତ୍ୱରେ ଭୁବନେଶ୍ୱର ଓ କଟକର ବିଭିନ୍ନ ମନ୍ଦିରର ପୂଜକ ଓ ବିଭିନ୍ନ ମସଜିଦର ମୌଲୁବି ମାନଙ୍କୁ ଶୁଖିଲା ରାଶନ୍ ସାମଗ୍ରୀ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଶ୍ରୀମତୀ ମୋନାଲିସା ଗନ୍ତାୟତ ଯୋଗ ଦେଇ ପୂଜକ ଓ ମୌଲୁବୀମାନଙ୍କୁ କୋଭିଡ଼-୧୯ ଗାଇଡ଼ ଲାଇନ ଅନୁସାରେ ସାମାଜିକ ଦୂରତା ପାଳନ ପୂର୍ବକ ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମରେ ଅଭିନେତା ବାବୁ ରାଜା ପରିଚାଳନା କରିଥିଲେ । କରୋନାର ଦ୍ଵିତୀୟ ଲହରିରେ ପୂର୍ବରୁ ମଧ୍ୟ ଅସହାୟ ଗରିବ ଏବଂ କଳାକାର ମାନଙ୍କୁ ମଧ୍ୟ ଶୁଖିଲା ଖାଦ୍ୟଦ୍ରବ୍ୟ ସହ ଣାସନ ମଗ୍ରୀ ବଣ୍ଟନ କରାଯାଇଥିଲା । ଆଗକୁ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ‘ଜଜବା’ ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

one × 3 =