pakka

ଅଲିଭ ରିଡଲେଙ୍କ ମିଳନ ପର୍ବ ଆରମ୍ଭ, ଋଷିକୂଲ୍ୟା ମୁହାଁଣରେ ସୁରକ୍ଷା ବ୍ୟବସ୍ଥା କଡାକଡି

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପୁରୁଣାବନ୍ଧ ପଞ୍ଚାୟତ ଋଷିକୂଲ୍ୟା ମୁହାଁଣ ଠାରୁ ଆରମ୍ଭ କରି ପୋଡ଼ମପେଟା ବେଳାଭୂମିକୁ ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଗଞ୍ଜାମ ସହରର ଋଷିକୂଲ୍ୟା ମୁହାଁଣ ଗଞ୍ଜାମ ଜିଲ୍ଲାର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ସାମୁଦ୍ରିକ କଇଁଛମାନଙ୍କ ମିଳନ ପର୍ବ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବନ ବିଭାଗ, ପରିବେଶବିତ, ପର୍ୟ୍ୟଟକ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ରବିବାର ପୂର୍ବାହ୍ନ ସମୟରେ ବନବିଭାଗ କର୍ମଚାରୀମାନେ ଗଞ୍ଜାମ ବ୍ଲକ ପୁରୁଣାବନ୍ଧ ଋଷିକୁଲ୍ୟା ନଦୀରୁ ବାହାରି କଇଁଚ ସୁରକ୍ଷାକୁ ନେଇ ଗଭୀର ସମୁଦ୍ରର ନୀଳ ଜଳରାଶି ମଧ୍ୟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ କୂଳ ଠାରୁ ପ୍ରାୟ ୬ରୁ ୭ କିଲୋମିଟର ଦୂରତାରେ ଦୁଇ ଯୋଡ଼ା କଇଁଛ ଦେଖିବାକୁ ମିଳିଥିବା ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀ ସୂଚନା ଦେଇଛନ୍ତି । ଏଥିସହ ଆସନ୍ତା ଡିସେମ୍ବର ୧୫ ତାରିଖ ବେଳକୁ ବହୁ ସଂଖ୍ୟାରେ ଦଳଦଳ ହୋଇ ଏହି ବିରଳ ସାମୁଦ୍ରିକ କଇଁଛଙ୍କ ମିଳନ ପ୍ରକ୍ରିୟା ସମୁଦ୍ର ମଧ୍ୟରେ ଦେଖିବାକୁ ମିଳିବ । ତେଣୁ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଦିଆଯାଇଛି ବୋଲି ସେ କହିଛନ୍ତି ।

jay balangir
Leave A Reply

Your email address will not be published.

nine − 1 =

error: Content is protected !!