ବିଜେପି କାର୍ଯ୍ୟକର୍ତ୍ତା ଧନେଶ୍ୱର ସାହୁଙ୍କ ଦୁର୍ଘଟଣାରେ ଅକାଳ ବିୟୋଗ

  • ପଦ୍ମପୁର ଡାକ୍ତରଖାନାରେ ଆମ୍ବୁଲାନ୍ସ, ଅକ୍ସିଜେନ ଥିଲେ ହୁଏତ ଆଜି ଧନେଶ୍ୱର ଜୀବନ ବଂଚିପାରିଥାନ୍ତା : ସମୀର ମହାନ୍ତି
  • ଶେଷ ଦର୍ଶନ କରି ଦଳୀୟ ପତକା ଏବଂ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟ ସଭାପତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏକ ସଡକ ଦୁର୍ଘଟଣାରେ ଗତକାଲି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦହିତା ପଂଚାୟତ ଡଙ୍ଗାଛଂଚା ଗ୍ରାମର ବିଜେପିର ଯୁବ କାର୍ଯ୍ୟକର୍ତ୍ତା ଧନେଶ୍ୱର ସାହୁଙ୍କ ଅକାଳ ବିୟୋଗ ଘଟିଛି । ଆଜି ପାର୍ଥିବ ଶରୀରକୁ ତାଙ୍କ ନିଜ ଗାଁକୁ ଅଣାଯାଇଥିଲା । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ନେତୃବୃନ୍ଦ ସ୍ୱର୍ଗତଃ ସାହୁଙ୍କୁ ଶେଷ ଦର୍ଶନ କରି ଦଳୀୟ ପତକା ଏବଂ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପାର୍ଟିର ଜଣେ ଶୃଙ୍ଖଳିତ ଓ ନିଷ୍ଠାପର କାର୍ୟ୍ୟକତ୍‌ର୍ତ୍ତା ଭାବେ ସ୍ୱର୍ଗତଃ ସାହୁଙ୍କ ଅକାଳ ବିୟୋଗରେ ଆମେ ସମସ୍ତେ ମର୍ମାହତ ଏବଂ ଏହା ପାର୍ଟି ପାଇଁ ଅପୂରଣୀୟ କ୍ଷତି । ଅମର ଆତ୍ମାର ସଦଗତି କାମନା କରି ପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା’ ସମଲେଶ୍ୱରୀଙ୍କଠାରେ ପ୍ରାର୍ଥନା କରିବା ସହିତ ଶୋକସନ୍ତପ ପରିବାର ବର୍ଗ ଓ ବନ୍ଧୁଜନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ଗତକାଲି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ରାସ୍ତାରେ ପଡିଥିବା ସତ୍ୱେ ଆମ୍ବୁଲାନ୍ସ ପହଂଚି ପାରିନଥିଲା । ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ପଦ୍ମପୁର ଡାକ୍ତରାଖାନାକୁ ପହଂଚିବା ପରେ ଅକ୍ସିଜେନ ଅଭାବ କାରଣ ଦର୍ଶାଇ କାର୍ଯ୍ୟରତ ଡାକ୍ତର ତୁରନ୍ତ ବୁର୍ଲାକୁ ପଠାଇ ଦେଇଥିଲେ ଏବଂ ରାସ୍ତାରେ ହିଁ ତାଙ୍କର ନିଧନ ହୋଇଥିଲା । ସ୍ୱର୍ଗତଃ ସାହୁଙ୍କ ଅକାଳ ବିୟୋଗରେ ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ପଦାରେ ପକାଇ ଦେଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.

fourteen − 12 =