ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସଭାର ତ୍ରୟୀବାର୍ଷିକ ଅଧିବେଶନ ଓ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶ୍ରୀ ନରସିଂହ ମନ୍ଦିର ଠାରେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ତ୍ରୟୀବାର୍ଷିକ ଅଧିବେଶନ, କର୍ମକର୍ତ୍ତା ନିର୍ବାଚନ ଓ ନୂଆଁଖାଇ ଭେଟ୍‌ଘାଟ୍‌ ସଭାପତି ଗିରିଧାରୀ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରେ ଭଗବାନ ପର୍ଶୁରାମଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା । ସଂପାଦକ ରଘୁନାଥ ମିଶ୍ର ବାର୍ଷିକ ବିବରଣୀ ପ୍ରଦାନ କଲା ପରେ ଉପଦେଷ୍ଟା ନୀଳମଣି ମିଶ୍ର ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହିତ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣ କରିଥିଲେ । ଧନଞ୍ଜୟ ମିଶ୍ର ସଭାପତି, ଗୋପବନ୍ଧୁ ପୁରୋହିତ ଉପସଭାପତି, ଜୟରାମ ମିଶ୍ର ସଂପାଦକ, ଶୁଭେନ୍ଦ୍ର ନେପାକ ସହସଂପାଦକ, ପର୍ଶୁରାମ ନାୟକ କୋଷାଧ୍ୟକ୍ଷ, ମଦନ ମୋହନ ରଥ ପର୍ଶୁରାମ ବାହିନୀର ମୁଖ୍ୟ ଓ କସ୍ତୁରୀ ରଥ ଶକ୍ତି ବାହିନୀର ମୁଖ୍ୟ ଭାବରେ ମନୋନୀତ ହୋଇଥିଲେ । ଉପଦେଷ୍ଟା ଜୟକୃଷ୍ଣ ଦାସଶର୍ମା ଓ ସତ୍ୟବନ୍ତ ବେଦ୍‌ବାଗ ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିବାକୁ ପରାମର୍ଶ ଦେଇଥିଲେ । ନବ ନିର୍ବାଚିତ ସଭାପତି ଧନଞ୍ଜୟ ମିଶ୍ର ଓ ସଂପାଦକ ଜୟରାମ ମିଶ୍ର ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ମଦନ ମୋହନ ରଥ ସଭାକୁ ପରିଚାଳନା କରିଥିବା ବେେଳେ ରତ୍ନମୟ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ କସ୍ତୁରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ବ୍ରାହ୍ମଣ ପରିବାର ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

8 − six =