pakka

ଦେଓଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାରମ୍ଭ ସଂସ୍କାର

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଦେଓଗାଁ ଶିଶୁ ବାଟିକା ବିଭାଗର ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୋମବାର ଦେଓଗାଁ ସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ବୋଧ ଶ୍ରେଣୀର ଶିଶୁ, ଅଭିଭାବକ, ଅଭିଭାବିକା ଗୀତା ପୁସ୍ତକ ଧରି ଶୋଭାଯାତ୍ରା କରି ବିଦ୍ୟାଳୟକୁ ଯାଇଥିଲେ । ପ୍ରଧାନ ଶିକ୍ଷକ ସନ୍ତୋଷ ସା ପୁଷ୍ପ ଚନ୍ଦନ ଦେଇ ସ୍ୱାଗତ କରିବା ସହ ବିଦ୍ୟାରମ୍ଭ ସଂସ୍କାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଗୁରୁଜୀ ଭବାନୀ ପ୍ରସାଦ ପୁରୋହିତ ପୂଜକ ଭାବେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବାଟିକା ବିଭାଗର ଗୁରୁମା ସଞ୍ଜୁ ପାଣ୍ଡେ, ନନ୍ଦିନୀ ଠାକୁର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗୁରୁଜୀ କୁନୁ ସାହୁ, କୁନା ପଧାନ, ଶାନ୍ତନୁ ଭୋଇ, ରଶ୍ମିତା ଖମାରୀ ସହଯୋଗ କରିଥିଲେ । ଏହି ଅବସରରେ ୬୦ରୁ ଅଧିକ ଅଭିଭାବକ, ଅଭିଭବିକା ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିଥିଲେ ।

Leave A Reply

Your email address will not be published.

4 + 18 =