om academy

ଶ୍ରୀରାମକୃଷ୍ଣ ବିବେକାନନ୍ଦ ସେବା ଓ ସାହିତ୍ୟ ପରିଷଦ ତରଫରୁ ସର୍ବ ଭାରତୀୟ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ

jsm

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ସ୍ଥିତ ଶ୍ରୀରାମକୃଷ୍ଣ ବିବେକାନନ୍ଦ ସେବା ଓ ସାହିତ୍ୟ ପରିଷଦ, ବିବେକାନନ୍ଦ ଯୁବ ଶକ୍ତି ସଙ୍ଗଠନ, ପୁରୀ ଓ ସମ୍ବାଦ ସାହିତ୍ୟ ଘର ରମ୍ଭାର ମିଳିତ ସହଯୋଗରେ ଏକ ସର୍ବଭାରତୀୟ ଅନଲାଇନ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ରମ୍ଭା, ଗାୟତ୍ରୀ ଶକ୍ତିପୀଠର ବରିଷ୍ଠ କାର୍ଯ୍ୟକର୍ତ୍ତା ଗୋକୁଳ ଚନ୍ଦ୍ର ନାହାକଙ୍କ ବେଦମନ୍ତ୍ର ଧ୍ୱନୀ ଏବଂ କଲିକତା ନିବାସୀ ଶ୍ରୀମତୀ ଶିବାନି ରାୟଙ୍କ ପ୍ରାରମ୍ଭିକ ରାମକୃଷ୍ଣ ଭଜନ ଓ ଶ୍ରୀକ୍ଷେତ୍ରର ପାର୍ବତୀ ଗୁରୁଙ୍କ ଜଗନ୍ନାଥ ଭଜନରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅନୁଷ୍ଠାନର ସଭାପତି ପ୍ରାଧ୍ୟାପକ ଡ଼. ସୁକାନ୍ତ କୁମାର ମହାନ୍ତିଙ୍କ ପୌରହିତରେ ଆରମ୍ଭ ହୋଇଥିବା ଏହି ଅନ୍‌ଲାଇନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁଦୂର ପଶ୍ଚିମବଙ୍ଗରୁ ଇଡିସେଲ୍‌ର ପ୍ରାକ୍ତନ ସଭାପତି, ପ୍ରାକ୍ତନ ନିର୍ବାହୀ ନିର୍ଦ୍ଧେଶକ ଲକ୍ଷ୍ମୀ ନାରାୟଣ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଦକ୍ଷିଣ ପୂର୍ବ ଉପଯୋନ ସଂଯୋଜକ ଡ଼. ବୃନ୍ଦାବନ ମିଶ୍ର, ମୁଖ୍ୟବକ୍ତା ଭାବେ ଜଗନ୍ନାଥ ସଂସ୍କୃତିର ଗବେଷକ ପ୍ରଖ୍ୟାତ ଲେଖକ ଶ୍ରୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ପୁରୋହିତ ସିଦ୍ଧେଶ୍ଵର ମହାପାତ୍ର, ସମୀକ୍ଷକ ଭାବେ ବିଶିଷ୍ଟ ସାରସ୍ୱତ ସାଧକ ଗଞ୍ଜାମ ମହାବିଦ୍ୟାଳୟର ପ୍ରାଧ୍ୟାପକ ଲକ୍ଷ୍ମୀନାରାୟଣ ପଣ୍ଡା, ସଂଯୋଜିକା ଭାବେ ଓଡ଼ିଆ ସାହିତ୍ୟରେ ବିଶେଷ ରୁଚି ରଖିଥିବା ସୁବଳୟା ଗୋପାଳ କୃଷ୍ଣ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟାପିକା ଶ୍ରୀମତୀ ଜ୍ୟୋସ୍ନା କୁମାରୀ ପ୍ରଧାନ, ପରିଷଦର ଉପଦେଷ୍ଟା ପ୍ରକୃତି ବନ୍ଧୁ ପଞ୍ଚାନନ ଖଟୁଆ ଓ ସମ୍ବାଦ ସାହିତ୍ୟ ଘର, ରମ୍ଭାର ସମ୍ପାଦକ ଶେଷଦେବ ବେହେରା ଯୋଗ ଦେଇ ଭାରତୀୟ ସଂସ୍କୃତିରେ ପ୍ରଭୁ ଶ୍ରୀଜଗନ୍ନାଥ, ଓଡ଼ିଆ ସାହିତ୍ୟରେ ଶ୍ରୀଜଗନ୍ନାଥ ଓ ଗାୟତ୍ରୀ ମନ୍ତ୍ରର ପୃଷ୍ଠ ପୋଷକ ସ୍ୱାମୀ ବିବେକାନନ୍ଦଙ୍କ ଉପରେ ମତବ୍ୟକ୍ତ କରିବା ସହ ପ୍ରଭୁ ଜଗନ୍ନାଥ ବିଶ୍ୱ ସଂସ୍କୃତିରେ ଅନନ୍ୟ ଏବଂ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀଜଗନ୍ନାଥ ସର୍ବତ୍ର ବିଦ୍ୟମାନ ଏବଂ ତାଙ୍କୁ ସାରା ବିଶ୍ୱ ବିଭିନ୍ନ ରୂପେ ପୂଜା କରିଥାଏ, ଭଗବତୀ ମା ଗାୟତ୍ରୀଙ୍କୁ ଆରାଧ୍ୟ ଭାବେ ପୂଜାକରି ସ୍ୱାମୀ ବିବେକାନନ୍ଦ ଶ୍ରୀରାମକୃଷ୍ଣ ପରମହଂସଙ୍କ ପରି ଗୁରୁଙ୍କୁ ପାଇ ବିଶ୍ୱ ଭାତୃତ୍ୱର ପରାକାଷ୍ଠା ଦେଖାଇ ବିଶ୍ୱ ବିଜୟୀ ହୋଇଥିଲେ ।

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ସନ୍ତୋଷପୁରର ଅଧ୍ୟକ୍ଷ ତଥା ପରିଷଦର ସମ୍ପାଦକ ବଟକୃଷ୍ଣ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଆଲୋଚନା ଚକ୍ର ଆଜିର ଅନ୍‌ଲାଇନ କାର୍ଯ୍ୟକ୍ରମର ପରିମଣ୍ଡଳକୁ ରସାଣିତ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ କବିତା ଆସରରେ ଯୋଡି ହୋଇ ଥିବା କବି ବନ୍ଧୁ ମାନଙ୍କୁ ଏକ ନିଆରା ଦୁନିଆଁର ସ୍ୱାଦ ଚଖାଇ ଥିଲା । ଏହି କବିତା ଆସରରେ ସୁଦୂର ବାଙ୍ଗାଲୋର, ପଶ୍ଚିମବଙ୍ଗର କଲିକତା ସହର, ବୃନ୍ଦାବନ, ଉତ୍ତରାଖଣ୍ଡର ହରିଦ୍ୱାର, ଭୁବନେଶ୍ୱର ଖୋର୍ଦ୍ଧା, ପୁରୀ, ଗଜପତି ଓ ଗଞ୍ଜାମର ବହୁ ବିଶିଷ୍ଟ ମୂର୍ଦ୍ଧନ୍ୟ ପଚାଶ(୫୦)ରୁ ଉର୍ଦ୍ଧ୍ଵ କବି ଓ କବୟିତ୍ରୀ ମାନେ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଆସରରେ ଆଲୋକ ରଞ୍ଜନ ନାହାକ, ନିଧି ସାହୁ, ଲଳିତ କୁମାର ସ୍ୱାଇଁ, ପଞ୍ଚାନନ ଖଟୁଆ, ବସନ୍ତ ସାସମଲ, ଶେଷଦେବ ବେହେରା, ବଟକୃଷ୍ଣ ତ୍ରିପାଠୀ, ପ୍ରମିଳା ପାଣି, ସିତାରତ୍ନ ମାଳା ବେହେରା, ମିହିର ତ୍ରିପାଠୀ, କମାକ୍ଷି ପ୍ରଶାଦ ପାତ୍ର, ଡ଼. ସିଦ୍ଧେଶ୍ଵର ମହାପାତ୍ର, ଜ୍ୟୋସ୍ନା କୁମାରୀ ପ୍ରଧାନ, ସୁବାସ ଚନ୍ଦ୍ର ପଣ୍ଡା, ଗାୟତ୍ରୀ ପଣ୍ଡା, ଭବାନୀ ପଣ୍ଡା, ମିନା କୁମାରୀ ଟହଲ ଆଦି କବି ଓ କବୟିତ୍ରୀ ମାନେ କବିତା ପାଠ କରିଥିଲେ। । ଶେଷରେ ସମୀକ୍ଷକ ଲକ୍ଷ୍ମୀନାରାୟଣ ପଣ୍ଡା ଉଭୟ ଆଲୋଚନାର ବିଷୟ ବସ୍ତୁ ଏବଂ କବିତା ଗୁଡିକର ସମୀକ୍ଷା କରିଥିବା ବେଳେ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ସନ୍ତୋଷପୁରର ପ୍ରଧାନ ଆଚର୍ଯ୍ୟା ଶ୍ରୀମତୀ ଅପରାଜିତ ତ୍ରିପାଠୀ ଧନ୍ୟବାଦ ଅର୍ପଣ ଏବଂ ଗୋକୁଳ ଚନ୍ଦ୍ର ନାହାକ ଶାନ୍ତି ପାଠ କରିଥିଲେ ।

Leave A Reply

Your email address will not be published.