pakka

ଅର୍ଜୁନପୁର ପିଏଚ୍‌ସିକୁ ଅକ୍ସିଜେନ୍‌ ସିଲିଣ୍ଡର ଓ ମାସ୍କ ପ୍ରଦାନ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ଅପରାହ୍ନ ୩ଟା ସମୟରେ ଦେଓଗାଁ ବ୍ଲକ ଅର୍ଜୁନପୁର ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଲ୍ଲୀ ଆଲୋକ ପାଠାଗାର ତରଫରୁ ୨ଟି ଅକ୍ସିଜେନ କନ୍‌ସନ୍‌ଟ୍ରେଟର, ଏନ୍ ୯୫ ମାସ୍କ ପ୍ରଦାନ କରିଥିଲେ । ପଲ୍ଲି ଆଲୋକ ପାଠାଗାର ନଅଗାଁ(ଖ) ବଲାଙ୍ଗିର ତରଫରୁ ଅଜୟ ଭାଈ, ହିରାଲାଲ ମିଶ୍ର ଏବଂ ଏଆଇଡି ଆକ୍ସନ ଭୁବନେଶ୍ୱର ତରଫରୁ ସରୋଜ ବାରିକଙ୍କ ଉଦ୍ୟମରେ ଉକ୍ତ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ଜୟକୃଷ୍ଣ ମିଶ୍ର, ତରୁଣ ସୁନା ଓ ଅଞ୍ଚଳର ସାମାଜିକ କର୍ମୀ ଉପସ୍ଥିତ ଥିଲେ । ଭାଗବତ ପ୍ରସାଦ ସାହୁ, ପ୍ରଦୀପ ସାହୁ, ପ୍ରହଲ୍ଲାଦ ସାହୁ, ଧନଞ୍ଜୟ ଛତ୍ରିଆ, ରାଜେନ୍ଦ୍ର ଛତ୍ରିଆ, ବିଜୟ କାଲସାଏ, ବୀରେନ୍ଦ୍ର ନାଗ, ରାଜୁ ବିଶ୍ଵାଳ ଓ ଲୋକ ଉନ୍ନ ସଂଗଠନ ଦେଓଗାଁ ତରଫରୁ ରୁପାଧର ପୁଟା ଓ ପିତାମ୍ବର ପଧାନ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଭବିଷ୍ୟତରେ ଅକ୍ସିଜେନ ସିଲିଣ୍ଡର ୨ଟି ଏବଂ ଗୋଟିଏ ବେଡ୍‌ ଯୋଗାଇ ଦେବା ପାଇଁ ହିରାଲାଲ୍ ମିଶ୍ର ଓ ସରୋଜ ବାରିକ ପ୍ରତିଶ୍ରୁତି ଦେଇଛନ୍ତି ।

jay balangir
Leave A Reply

Your email address will not be published.

20 + 13 =

error: Content is protected !!