csstore

ତହଁକ୍ କୁଟୁମ୍‌ର ଆଭାସୀ ହାସ୍ୟ ବ୍ୟଙ୍ଗ କବିତା ଆସର୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇହାଦେ ସଭେ ନିଜର୍ ନିଜର୍ ଭିଡ୍ କବାରେ ହମିସା ଟେନସନ୍ ଥି ରହୁଥିବାର୍ ବେଲକେ ଟଂକା କମାନି କରୁଥିଲେ ବି ମୁହେଁ ହଁସି ନାଇଁ ଫୁଟବାର୍‌ । ଯାହାକେ ଦେଖଲେ ମୁଇଁ ବିଜି ବଲୁଛନ୍ ଆର୍ ମନ୍ କେ ଦୁଖେ ମାରି ଦେଉଛନ୍। ଇ ସବୁ କେ ଦେଖିକରି ତହଁକ୍ କୁଟୁମ୍‌ର ଗୁଟେ ଭିନେ ପାହା ଲୁକର୍ ମୁହେଁ ହଁସି ଫୁଟାବାର୍ ଚେଷ୍ଟା ଟେ କରି ମୁଲ୍ କରିଛେ ହାସ୍ୟ ବ୍ୟଙ୍ଗ ଆଭାସୀ କବିତା ଆସର୍ । ଆଏଜ୍ ଝକେର୍ ପାଗ୍ କେ ନେଇକରି ବଲାଙ୍ଗିର୍ ତହଁକ୍ ସାହିତ୍ୟ କୁଟୁମ୍‌ର ଗୁଟେ ଅନ୍ ଲାଇନ୍ ହାସ୍ୟ ବ୍ୟଙ୍ଗ କବିତା ଆସର ହେଇଥିଲା, ଇଥି ମୁଖିଆ କୁନୁଆଁ ଭାବେ ଯୋଗ୍ ଦେଇଥିଲେ ଜନା ସୁନା କବି ଜଗବନ୍ଧୁ ପଟେଲ, ବଲାଂଗିର, ବରଗଡ଼, ସୋନପୁର ଆଦି ଜିଲ୍ଲାର୍‌ ୩୫ ଜନ୍ କବି ଯୋଗ ଦେଇ ନିଜର ନିଜର ହାସ୍ୟ ବ୍ୟଙ୍ଗ କବିତା କହିଥିଲେ, ଆସର କେ ସଂଯୋଜନା କରିଥିଲେ କୁଟୁମ୍‌ର ପରିଚାଳନା ସମ୍ପାଦକ ଦିଲିପ୍ କୁମାର୍ ମିଶ୍ର, ତହଁକ୍ ସମ୍ପାଦକ ରାଜେଶ୍ ଦଣ୍ଡସେନା ସ୍ୱାଗତ ଭାଷନ୍ ଦେଇଥିବାର ବେଲକେ କବିତା ସଂଯୋଜନା ରେ କବି ଅନିଲ ପଲିଆ ଆର୍ କବି ରୋଶନ୍ ସାହୁ ସଂଯୋଜନା କରିଥିଲେ । ତହଁକ୍ ସଭାପତି ଶିଶୁ ସାହିତ୍ୟକ୍ ଗୋପୀନାଥ ଦଣ୍ଡସେନା, ଧନ୍ୟବାଦ ଅର୍ପନ୍ କରିଥିଲେ । ଶେଷ କେ ସଭାପତି ତଥା ମୁଖିଆ କୁନୁଆଁଙ୍କର ଆଦେଶରେ ଇଂ ଗୋପାଳ ମେହେର ସଭା କେ ଭାଙ୍ଗଡି କରିଥିଲେ ।

jayashree
Leave A Reply

Your email address will not be published.