ଜୁନିୟର ରେଡକ୍ରସ ତରଫରୁ ବୁଲା ଗାଈଗୋରୁଙ୍କୁ ଖାଦ୍ୟ ଯୋଗାଣ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନା ଯୋଗୁଁ ତାଲାବନ୍ଦରେ ଦୋକାନ ବଜାର ବନ୍ଦ ଯୋଗୁଁ ବୁଲା ଗାଈଗୋରୁ ଓ କୁକୁର ମାନେ ଖାଇବାକୁ ନପାଇ ଭୋକଉପାସରେ ରହୁଛନ୍ତି । ଜୁନିୟର ରେଡକ୍ରସ ପରାମର୍ଶ ଦାତା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରଚେଷ୍ଟାରେ କିଛି ଶୁଭେଚ୍ଛୁ ମାନଙ୍କ ଆର୍ଥିକ ସାହାଯ୍ୟରେ କଣ୍ଟାବାଞ୍ଜି ସହରର ବୁଲା ଗାଇଗୋରୁ, କୁକୁର ଓ କିଛି ଗରିବ ପରିବାରକୁ ଖାଦ୍ୟ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରକୃତିବନ୍ଧୁ ସୂର୍ୟ୍ୟକାନ୍ତ ରଣା, ପ୍ରେମରାଜ ପାଣିଗ୍ରାହୀ, ବିବେକାନନ୍ଦ ରାୟ ଓ କିରନ ତାଣ୍ଡି ସହଯୋଗ କରିଥିଲେ । ଶୁଭେଚ୍ଛୁ ମାନଙ୍କ ସହଯୋଗ ପାଇଲେ ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଚାଲିବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

4 × two =

error: Content is protected !!